ଓଡ଼ିଶା ଷ୍ଟାର୍ଟଅପ୍‌ ଲିଡ୍‌ର

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ଜାତୀୟସ୍ତରରେ ଷ୍ଟାର୍ଟଅପ୍‌ ଲିଡ୍‌ର ସ୍ବୀକୃତି ହାସଲ କରିବାରେ ଓଡ଼ିଶା ସଫଳ ହୋଇପାରିଛି। ୨୦୧୯ରେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଷ୍ଟାର୍ଟଅପ୍‌ ର଼୍ୟାଙ୍କିଙ୍ଗ୍‌ରେ ଓଡ଼ିଶାକୁ ଏହି ସ୍ଥାନ ମିଳିଛି। ଏହା ମଧ୍ୟରେ ରାଜ୍ୟର ଷ୍ଟାର୍ଟଅପ୍‌ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି। ଏଥିରେ ୬ ହଜାର ଯୁବତୀ, ଯୁବକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ରବିବାର ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଷ୍ଟାର୍ଟଅପ୍‌ କାଉନ୍‌ସିଲ ବୈଠକରୁ ଏହା ଜଣାପଡ଼ିଛି। ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ରାଜ୍ୟର ଷ୍ଟାର୍ଟଅପ୍‌ ସମ୍ବନ୍ଧିତ ତଥ୍ୟ ଉପସ୍ଥାପନ କରିଛନ୍ତି।
ଷ୍ଟାର୍ଟଅପ୍‌ଗୁଡ଼ିକର ଅଗ୍ରଗତି ସମୀକ୍ଷା କରି ରାଜ୍ୟରେ ଷ୍ଟାର୍ଟଅପ୍‌ ଇକୋ ସିଷ୍ଟମ୍‌କୁ ଅଧିକ କ୍ରିୟାଶୀଳ ଏବଂ ଫଳପ୍ରସୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଇନ୍‌କ୍ୟୁବେଟର ଏବଂ ଷ୍ଟାର୍ଟଅପ୍‌ଗୁଡ଼ିକ ମଧ୍ୟରେ ଲଗାତର ଯୋଗାଯୋଗ ଏବଂ ସକ୍ରିୟ ସମ୍ପର୍କ ଉପରେ ଗୁରୁତ୍ୱ ଦିଆଯାଇଛି। ଇଡ୍‌କୋ
ପକ୍ଷରୁ ନିର୍ମାଣାଧୀନ ଜିରୋ-ହବ୍‌କୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏକ ଉନ୍ନତ ଷ୍ଟାର୍ଟଅପ୍‌ ହବ୍‌ଭାବେ ବିକଶିତ କରି ଏଥିରେ ପରୀକ୍ଷଣ ଓ ଉତ୍ପାଦ ବିକାଶ ନିମନ୍ତେ ସାଧାରଣ ସୁଯୋଗ
ସୃଷ୍ଟି କରିବାକୁ ଅସିତ୍‌ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ରାଜ୍ୟ କୌଶଳ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଏବଂ ମୁଖ୍ୟ ଶାସନ ସଚିବ କଳାହାଣ୍ଡିରେ କାର୍ଯ୍ୟରତ ଅମ୍ବିକା ଓ ସଦାନନ୍ଦ ଶତପଥୀ ନାମକ ଷ୍ଟାର୍ଟଅପ୍‌ ଦମ୍ପତିଙ୍କ ସହିତ ଡିଜିଟାଲ ମୋଡ୍‌ରେ ଆଲୋଚନା କରିଛନ୍ତି। ଉକ୍ତ ଷ୍ଟାର୍ଟଅପ୍‌ଗୁଡ଼ିକର ଅଗ୍ରଗତି ଏବଂ ସମସ୍ୟା ବିଷୟ ଜାଣି ସେମାନଙ୍କୁ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବାସ୍ତବବାଦୀ ପରାମର୍ଶ ଦେଇଛନ୍ତି।
ଏହି ଅବସରରେ ପ୍ରମୁଖ ଶାସନ ସଚିବ ସୁବ୍ରତ ସାହୁ କହିଛନ୍ତି, ଜୁନ ୨୦୧୭ରେ ରାଜ୍ୟରେ ପ୍ରଥମ ଷ୍ଟାର୍ଟଅପ୍‌ଙ୍କୁ ସ୍ବୀକୃତି ମିଳିଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଷ୍ଟାର୍ଟଅପ୍‌ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି। ଏଥିରେ ୨୫୦ ମହିଳା ସାମିଲ ଅଛନ୍ତି। ଅନ୍ୟପଟେ ଇତିମଧ୍ୟରେ ରାଜ୍ୟରେ ୧୭ଟି ଇନ୍‌କ୍ୟୁବେଟର, ୧୭ଟି ଅଣୁକ୍ଷୁଦ୍ର ଶିଳ୍ପ ଇନ୍‌କ୍ୟୁବେଟର ଏବଂ ୧୩ଟି ନୋଡାଲ ସଂସ୍ଥା କାର୍ଯ୍ୟ କରୁଛନ୍ତି। ୧୬୯ ଷ୍ଟାର୍ଟଅପ୍‌ଙ୍କୁ ପ୍ରାୟ ୧୫ କୋଟିରୁ ଅଧିକ ଆର୍ଥିକ ସହାୟତା ଦିଆଯାଇଛି। ଅଧିକ ୫ଟି ଉଦ୍ୟୋଗ ଏବଂ ୪ଟି ଇନ୍‌କ୍ୟୁବେଟରଙ୍କୁ ଆର୍ଥିକ ସହାୟତା ପାଇଁ ଆସିଥିବା ପ୍ରସ୍ତାବଗୁଡ଼ିକର ବିଚାର କରାଯାଇ ସେଗୁଡ଼ିକୁ ସହାୟତା ନିମନ୍ତେ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଏହି ସଂସ୍ଥାଗୁଡ଼ିକ ସମୁଦାୟ ୨.୮୮ କୋଟି ଟଙ୍କାର ସହାୟତା ପାଇବେ। ଅନ୍ୟପଟେ ସ୍ଥାନୀୟ ସେଣ୍ଟ୍ରାଲ ଟୁଲ୍‌ ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଆର୍‌ଟିସି) ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଷ୍ଟାର୍ଟଅପ୍‌ ନୋଡାଲ ସଂସ୍ଥାଭାବେ ତାଲିକାଭୁକ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁମୋଦନ କରିଛନ୍ତି। ଷ୍ଟାର୍ଟଅପ୍‌ କାଉନ୍‌ସିଲ ଏଭାନ୍‌ଜେଲିଷ୍ଟ ପ୍ରଶାନ୍ତ ବିଶ୍ୱାଳ ବୈଠକର ସଂଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

ଭୁବନେଶ୍ୱରରେ ଏକାଠି ହୋଇଗଲେ ଶହ-ଶହ ପୋଲିସ, ସ୍ଥିତି ସାଂଘାତିକ!

ଭୁବନେଶ୍ୱର,୨୧।୯: ଘନେଇଲା ଭରତପୁର ପୋଲିସ-ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ୍‌ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି...

ବନ୍ଧା ହେବା ପରେ ରୋଡ୍‌ ରୋମିଓଙ୍କ ଚାଞ୍ଚଲ୍ୟକର ବୟାନ! ସେଦିନ ରାତିରେ…

ଭୁବନେଶ୍ୱର,୨୧।୯: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ ।...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri