ତିନିବର୍ଷ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚିତ୍ର ପୁରସ୍କାର: ବାଜି ମାରିନେନେଲା ଏହି ଚାରି ସିନେମା

ଭୁବନେଶ୍ୱର,୧୪।୧୧: ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଗୁରୁବାର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ଏକାସାଙ୍ଗରେ ତିନି ବର୍ଷ ପାଇଁ ପୁରସ୍କାର ଘୋଷଣା ହୋଇଥିବା ବେଳେ ୨୦୨୦ ପାଇଁ ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲଚିନି ଏବଂ ୨୦୨୨ ପାଇଁ ଦମନକୁ ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର ମିଳିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଘୋଷଣା କରିଛନ୍ତି।

ସେହିଭଳି ୨୦୨୦ରେ ରୋମିଓ ରାଜା ପାଇଁ ଅମ୍ଳାନ ଦାସ ଏବଂ ସହିଦ ରଘୁ ସର୍ଦ୍ଦାର ପାଇଁ ଦେବାଶିଷ ପାତ୍ର, ୨୦୨୧ରେ ଭୋକ ପାଇଁ ଅଙ୍କିତ କୁମାର ଓ ପ୍ରତୀକ୍ଷା ପାଇଁ ଦିପାନ୍ବିତ ଦାସ ମହାପାତ୍ର ଏବଂ ୨୦୨୨ ପାଇଁ ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ନାୟକ ପୁରସ୍କାର ମିଳିଛି। ଏଥିସହିତ ଜୀବନବ୍ୟାପି ସାଧନା ପାଇଁ ତିନି ବର୍ଷରେ ତିନି ଜଣଙ୍କୁ ମୋହନ ସୁନ୍ଦର ଦେବଗୌସ୍ୱାମୀ ସମ୍ମାନ ମିଳିବ। ୨୦୨ରେ ଅନନ୍ତ ମହାପାତ୍ର, ୨୧ରେବ ଶ୍ରୀନିବାସ ମହାପାତ୍ର ଏବଂ ୨୨ ପାଇଁ ଜୟୀରାମ ସାମଲଙ୍କୁ ଏହି ପୁରସ୍କାର ମିଳିବ।

୨୦୨୦ରେ ରୋମିଓ ରାଜା ଚଳଚିତ୍ର ପାଇଁ ରାକେଶ ସାମଲଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ କାବ୍ୟା କିରଣ ଶୁକ୍ଲା, ଶ୍ରେଷ୍ଠ କାହାଣୀ ପାଇଁ ଡା. ବିଶ୍ଵନାଥ କର, ସଂଗୀତ ନିର୍ଦ୍ଦେଶକ ବୈଦନାଥ ଦାଶ, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ସରୋଜ କୁମାର, ଗାୟିକା ଅସୀମ ପଣ୍ଡା, ଶ୍ରେଷ୍ଠ ସିନେମାଟୋଗ୍ରାଫର ନିରଞ୍ଜନ ଦଶ, ରାଜେଶ ଯୋଗୀ, ଶ୍ରେଷ୍ଠ ଗୀତିକାର ପଞ୍ଚାନନ ନାୟକ, ବର୍ଷ ପ୍ରିୟଦର୍ଶିନୀଙ୍କୁ ସ୍ୱତନ୍ତ୍ର ଜୁରୀ ପୁରସ୍କାର କୁଇନ ସିନେମା ପାଇଁ ମିଳିଛି।

୨୦୨୧ରେ ଦୁଇଟି ଚଳଚିତ୍ରକୁ ଶ୍ରେଷ୍ଠ ପୁରସ୍କାର ମିଳିଥିବା ବେଳେ ତୃଷ୍ଣା ଚଳଚିତ୍ର ପାଇଁ ସୁରେଶ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ଡାଲଚିନି ପାଇଁ ସୂର୍ୟ୍ୟମୟୀ ମହାପାତ୍ରଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ସ୍ୱୟମ ପାଢ଼ୀ, ଗାୟିକା ସୋହିନୀ ମିଶ୍ର, ଗୀତିକାର ଚିନ୍ମୟ କୁମାର ସାହୁ।

ସେହିଭଳି ୨୦୨୨ରେ ମାୟାବୀ ପାଇଁ ସୁଧାଂଶୁ ମୋହନ ସାହୁଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଲୋପାମୁଦ୍ରା ମିଶ୍ର, ଶ୍ରେଷ୍ଠ ସଂଗୀତ ପଙ୍କଜ ଜାଲ, ଶ୍ରେଷ୍ଠ ପ୍ରଛଦପଟ ଗାୟକ ମାଧବ ଦାସ, ଗାୟିକା ଦୀପ୍ତିରେଖା ପାଢ଼ୀ, ଗୀତିକାର ଚୂଡ଼ାମଣି ଚନ୍ଦନ ଓ କପିଳେଶ୍ୱର ଖମାରିଙ୍କୁ ପୁରସ୍କାର ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri