‘ସୁଭଦ୍ରା’ ଟଙ୍କାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌, ୭ ସୁଦ୍ଧା ଆବେଦନ କରିଥିଲେ…

ଭୁବନେଶ୍ୱର,୫।୧୦: ଆଉ ମାତ୍ର ୩ ଦିନ ପରେ ପୁଣି ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ଦଶହରା ପୂର୍ବରୁ ମହିଳାମାନଙ୍କୁ ଭେଟି ଦେବାକୁ ଯାଉଛନ୍ତି ମୋହନ ସରକାର। ପୁଣି ଲକ୍ଷ ଲକ୍ଷ ମହିଳା ହେବେ ଖୁସି । ଗତ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଉ ମାତ୍ର ୩ ଦିନ ପରେ ପୁଣି ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ଅକ୍ଟୋବର ୯ରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମହିଳାଙ୍କୁ ଆକାଉଣ୍ଟକୁ ଯିବ । ବାରିପଦାରୁ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅକ୍ଟୋବର ୯ ତାରିଖରେ ମହିଳାଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଟଙ୍କା ପଠାଇବେ। ଏହା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରାୟ ୪୦ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା ଯିବ। ଅକ୍ଟୋବର ୭ ଯାଏ ପଞ୍ଜିକରଣ କରିଥିଲେ ଅର୍ଥ ମିଳିବ।

ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଯେଉଁ ହିତାଧିକରୀ ପଞ୍ଜିକରଣ କରିଥିବେ। ସେମାନଙ୍କ ମଧ୍ୟରୁ ୪୦ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା। ବର୍ତ୍ତମାନ ପର୍ଯ୍ୟନ୍ତ ୯୭ ଲକ୍ଷରୁ ଅଧିକ ହିତାଧିକାରୀ ପଞ୍ଜିକରଣ କରି ସାରିଛନ୍ତି। କୋଟିଏରୁ ଅଧିକ ହିତାଧିକାରୀଙ୍କୁ ଦିଆଯିବ ସୁଭଦ୍ରା ଟଙ୍କା।

ସରକାର ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦେବାକୁ ପ୍ରତିଶୃତିବଦ୍ଧ। କେହି ଜଣେ ହେଲେ ବି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ନାହିଁ । ମାର୍ଚ୍ଚ ୮ ଭିତରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଅର୍ଥ ମିଳିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ତେବେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ହିତାଧିକାରୀଙ୍କୁ ମିଳି ସାରିଛି ସୁଭଦ୍ରା ଟଙ୍କା। ୧ କୋଟିରୁ ଅଧିକ ମହିଳାଙ୍କୁ ଏଥିରେ ସାମିଲ କରିବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର ।