ଓଡ଼ିଶା ସବଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନରେ ଓଡ଼ିଶା ପାଇଁ ୨୬୨୯ ପଦ ପାଇଁ ବାହାରିଲା ନିଯୁକ୍ତି, ଲକ୍ଷେ ଯାଏଁ ରହିଛି ଦରମା…

ଭୁବନେଶ୍ୱର,୧୯।୯: ଓଡ଼ିଶା ସବଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନରେ ଓଡ଼ିଶା ପାଇଁ ୨୬୨୯ ପଦ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଏନେଇ ଅଗଷ୍ଟ ୩୧ରେ ଘୋଷଣା କରାଯାଇଥିଲା। ତେବେ ଏହାର ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଅକ୍ଟୋବର ୧୦ ଅର୍ଥାତ୍‌ ମାସେ ଯାଏଁ ଜାରି ରହିବ। ଏହି ନୋଟିଫିକେଶନରେ ନିଯୁକ୍ତିର ଏଲିଜିବିଲିଟି କ୍ରାଏଟେରିଆ ସମ୍ପର୍କରେ ମଧ୍ୟ ସବିଶେଷ ସୂଚନା ଦିଆଯାଇଛି। ପରିକ୍ଷାର୍ଥୀମାନେ ପିଇଟି, ଟିଜିଟି ଇନ୍‌ ଆର୍ଟସ, ଟ୍ରାଇବାଲ ଲାଙ୍ଗୁଏଜ ଟିଚର୍‌, ଜୀବ ବିଜ୍ଞାନରେ ଟିଜିଟି ବିଜ୍ଞାନ ଓ ହିନ୍ଦୀ, ସଂସ୍କୃତ, ତେଲଗୁ ଶିକ୍ଷକ ଇତ୍ୟାଦି ପାଇଁ ମଧ୍ୟ ନିଯୁକ୍ତି ଅବସର ରହିଛି।

ଏହି ଚାକିରି ପାଇଁ ଆପଣଙ୍କ ବୟସ ୨୧-୩୮ ହୋଇଥିବା ଆବଶ୍ୟକ। କହିରଖୁଛୁ କି, ଏସଇବିସି ପରିକ୍ଷାର୍ଥୀଙ୍କୁ ୫ବର୍ଷ ପାଇଁ ଛାଡ କରାଯାଇଛି। ସେହିପରି ଏସସି-ଏସଟି ନାମାଙ୍କନ କରିଥିବା ପ୍ରାର୍ଥୀଙ୍କୁ ୫ବର୍ଷ ପାଇଁ ମଧ୍ୟ ଛାଡ କରାଯିବ। ମହିଳାଙ୍କୁ ୫ବର୍ଷ ଓ ପିଡବ୍ଲୁଡି ପରିକ୍ଷାର୍ଥୀଙ୍କୁ ୧୦ବର୍ଷ ଯାଏଁ ଛାଡ ମିଳିବ। ଏଥିପାଇଁ ଆବେଦନ କରୁଥିବା ପ୍ରାର୍ତୀମାନେ ବିଇଡିରେ ସ୍ନାତକ କରିଥିବା ଜରୁରୀ। ପରୀକ୍ଷାରେ ଅତି କମ୍‌ରେ ୫୦ ଶତକଡା ମାର୍କ ରହିଥିବା ଦରକାର। ସେହିପରି ଏସସି-ଏସଟି ଓ ଏସଇବିସି ପରୀକ୍ଷାର୍ଥୀମାନେ ୪୫ଶତକଡା ମାର୍କ ରହିବା ନିହାତି ଆବଶ୍ୟକ।

ଆବେଦନ କରିବା ପାଇଁ ପ୍ରଥମେ ଏହାର ଅଫିସିଆଲ ଲିଙ୍କ୍‌ https://www.osssc.gov.in/Public/OSSSC/Default.aspx. ରେ ଲଗ୍‌ ଇନ୍‌ କରନ୍ତୁ। ଏହାପରେ Osssc teacher recruitment 2024 କୁ କ୍ଲିକ୍‌ କରନ୍ତୁ। ଏହାପରେ ଗୋଟିଏ ଫର୍ମ ଖୋଲିବ। ଏହି ଫର୍ମକୁ ପୂରଣ କରନ୍ତୁ। ନିଜ ଡକୋମେଣ୍ଟ ପୂରଣ କରିବା ସହ ଫି ଦାଖଲ କରନ୍ତୁ। ଏହାପରେ ଫର୍ମକୁ ସବମିଯ୍‌ କରିବା ସହ ଏହାର ପ୍ରିଣ୍ଟ ବାହାର କରନ୍ତୁ।

ତେବେ TGT Arts, TGT Science (PCM) & TGT Science (CBZ) ପାଇଁ ଦରମା ୩୫ ହଜାରରୁ ୧,୧୨,୪୦୦ଯାଏଁ ରହିଥିବାବେଳେ Hindi, Telugu, Urdu & Sanskrit Teacher ପାଇଁ ୨୩ ହଜାରରୁ ୭୪ହଜାର ୮୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲକୁ ଖସିଲା କାର୍‌: କଟକ ବିଜେଡି ଉପସଭାପତି ମୃତ

ମାଣିଆବନ୍ଧ,୨।୪ (ଅଖିଳ କୁମାର ସାହୁ):କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆସ୍ଥିତ ରେଙ୍ଗାଲି ଦକ୍ଷିଣ କେନାଲରେ ସୋମବାର ସନ୍ଧ୍ୟାରେ ଏକ କାର୍‌ କେନାଲ ଭିତରକୁ ଖସିପଡ଼ିଛି।...

ଟଙ୍କା ଅପେକ୍ଷାରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ: ଆଗେଇପାରୁନି ଫେରସ୍ତ ପ୍ରକ୍ରିୟା

ଭୁବନେଶ୍ୱର,୨ା୪(ସୁନିତ୍‌ ମିଶ୍ର):ରାଜ୍ୟରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ଭବିଷ୍ୟତ ଏକପ୍ରକାର ଅନ୍ଧାର ଭିତରେ ରହିଛି। ଅନେକ ଲକ୍ଷ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ, ଯେଉଁମାନେ ନିଜ କଷ୍ଟ ଉପାର୍ଜିତ ଅର୍ଥକୁ ଚିଟ୍‌ଫଣ୍ଡ...

ଅବସର ନେଲେ ଗଞ୍ଜାମ ସିଡିଏମଓ

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ଅଧିକାରୀ (ସିଡିଏମଓ) ବିଜୟ କୁମାର ପଣ୍ଡା ଗତ ୩୧ ତାରିଖରେ ଚାକିରିରୁ ଅବସର ନେଇଛନ୍ତି। ଏନେଇ ବ୍ରହ୍ମପୁରସ୍ଥିତ ତାଙ୍କ...

ନାରୀ ନିର୍ଯାତନା ବନ୍ଦ ହେଉ: ଗାନ୍ଧୀ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ମଙ୍ଗଳବାର ଓଡ଼ିଶା ପ୍ରଦେଶ ଗଠନ ଓ ବରଗଡ଼ ଜିଲା ଗଠନ ଦିବସ ଅବସରରେ ଜିଲା କଂଗ୍ରେସ...

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ଅଟିଜିମ୍‌ ଦିବସ

ଅଟିଜିମ୍‌ ଏକ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ। ଏହି ସମସ୍ୟା କେବଳ ଭାରତରେ ନୁହେଁ ବରଂ ବିଶ୍ବସ୍ତରରେ ମଧ୍ୟ ଏକ ଚିନ୍ତାଜନକ ବିଷୟ ଭାବେ ଉଭା ହୋଇଛି।...

ମହାନଦୀରେ ମାଛ ଧରୁଥିବାବେଳେ ଭାସିଗଲେ ୬ ମତ୍ସ୍ୟଜୀବୀ: ୫ ଜଣ ଉଦ୍ଧାର, ଜଣେ ନିଖୋଜ

ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ବନ୍ତନାଶି-ମହାନଦୀ ମୁହାଣ ମାଉଥଠାରେ ମଙ୍ଗଳବାର ଅପରାହ୍ନରେ ୬...

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ

ବଡ଼ଗାଁ,୧ା୪(ଅଶୋକ ଷଡ଼ଙ୍ଗୀ): ବଡ଼ଗାଁ ଥାନା ଅଞ୍ଚଳରେ ମଙ୍ଗଳବାର ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି। ତୁଡାଲଗା ମଙ୍ଗଳ ମନ୍ଦିରରେ ଚାଲିଥିବା ନବରାତ୍ର...

୩୦ OASଙ୍କୁ ମିଳିଲା IAS ପାହ୍ୟା, ଜାଣନ୍ତୁ କିଏ କିଏ ପାଇଲେ ପଦୋନ୍ନତି

ଭୁବନେଶ୍ୱର,୧ା୪: ରାଜ୍ୟ ସରକାରଙ୍କ ୩୦ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କୁ ଏପ୍ରିଲ ପହିଲାରେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ପାହ୍ୟାକୁ ପଦୋନ୍ନତି ମିଳିଛି। ଏସଂକ୍ରାନ୍ତରେ କେନ୍ଦ୍ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image