ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ଆଉ ଏତିକି ଦିନ ରହିଲା ଇ-କେୱାଇସି ଯାଞ୍ଚ, ଶୀଘ୍ର କରନ୍ତୁ ନହେଲେ କଟିଯିବ ରାସନ କାର୍ଡ…

ଭୁବନେଶ୍ୱର,୧୨।୧୦: ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର। ଇ-କଓ୍ବୋଇସ ଯାଞ୍ଚ ପ୍ରକ୍ରିୟାକୁ ନେଇ ବଡ଼ ଖବର ଦେଇଛନ୍ତି ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ରାସନ କାର୍ଡଧାରୀଙ୍କ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ଶେଷ ହେବ ବୋଲି ମନ୍ତ୍ରୀ ଶନିବାର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୨.୩୦ କୋଟିରୁ ଅଧିକ ଇ-କେୱାଇସି ଯାଞ୍ଚ ସଫଳ ହୋଇଥିବା ବେଳେ ୧ କୋଟି ଯାଞ୍ଚ ହେବ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରାଯିବ। ଏହା ହିତାଧିକାରୀ ତାଲିକାରୁ ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବ।