Categories: ଖେଳ

ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ: ସାନ୍ତନୁ ଅଧିନାୟକ

ଭୁବନେଶ୍ୱର, ୩୦।୧୨ (ତପନ ସ୍ବାଇଁ): ଆସନ୍ତା ରଣଜୀ ଟ୍ରଫି ସିଜନରେ ଓଡ଼ିଶା ଦଳର ଅଭିଯାନ ଜାନୁୟାରୀ ୫ରୁ ଆରମ୍ଭ ହେବ। ଭଦୋଦରାଠାରେ ଓଡ଼ିଶା ଏହାର ପ୍ରଥମ ମ୍ୟାଚରେ ବରୋଦାକୁ ଭେଟିବ। ସେହିପରି ଦ୍ୱିତୀୟ ମ୍ୟାଚ ଗ୍ବାଲିୟରଠାରେ ମଧ୍ୟପ୍ରଦେଶ ବିପକ୍ଷରେ ଖେଳିବ ଓଡ଼ିଶା। ଏହି ଦୁଇଟି ମ୍ୟାଚ ପାଇଁ ଶୁକ୍ରବାର ଚୟନ କମିଟି ମୁଖ୍ୟ ଅମିୟ ରାୟ ଓ ମୁଖ୍ୟ କୋଚ୍‌ ଦୀନେଶ ମୋଙ୍ଗିଆ ଓଡ଼ିଶା ଦଳ ଘୋଷଣା କରିଛନ୍ତି। ସେହିପରି ବିସିସିଆଇ ଘରୋଇ କ୍ରିକେଟ ଅନ୍ତର୍ଗତ କଲୋନେଲ ସି.କେ. ନାଇଡ଼ୁ ଟ୍ରଫି ପାଇଁ ୨୩ ବର୍ଷରୁ କମ୍‌ ଓଡ଼ିଶା ଦଳ ମଧ୍ୟ ଘୋଷଣା କରାଯାଇଛି। ଶାନ୍ତନୁ ମିଶ୍ରଙ୍କୁ ଓଡ଼ିଶା ରଣଜୀ ଦଳ ଏବଂ ଅନିଲ ପରିଡ଼ାଙ୍କୁ ୨୩ ବର୍ଷରୁ କମ୍‌ ଦଳର ଅଧିନାୟକ ମନୋନୀତ କରାଯାଇଛି।
ଓଡ଼ିଶା ରଣଜୀ ଦଳ: ଶାନ୍ତନୁ ମିଶ୍ର (ଅଧିନାୟକ), ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, କାର୍ତ୍ତିକ ବିଶ୍ୱାଳ, ଆଶୀର୍ବାଦ ସ୍ବାଇଁ, ରାଜେଶ ଧୂପର, ଜୟନ୍ତ ବେହେରା, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁନୀଲ କୁମାର ରାଉଳ, ସୂର୍ଯ୍ୟକାନ୍ତ ପ୍ରଧାନ, ଗୋବିନ୍ଦ ପୋଦ୍ଦାର, ପ୍ରୟାସ ସିଂ, ସୁମିତ ଶର୍ମା।

୨୩ ବର୍ଷରୁ କମ୍‌ ଓଡ଼ିଶା ଦଳ: ଅନିଲ ପରିଡ଼ା (ଅଧିନାୟକ), ଓମ୍‌ ଟି. ମୁଣ୍ଡେ, ପହରିୟା ସ୍ବାଇଁ, ସନ୍ତୋଷ ଯାଦବ, ରଘୁନାଥ ମଲ୍ଲ, ଶ୍ରେୟାଂଶ ଭରଦ୍ୱାଜ, ସାଇଦୀପ ମହାପାତ୍ର, ବିଶ୍ୱ ବୈଭବ ମୁଦୁଲି, ଆଶୁତୋଷ ମାରାଣ୍ଡି, ଦେବବ୍ରତ ପ୍ରଧାନ, ମିଲନ ସାମଲ, ରିତେଶ ପ୍ରିୟରଞ୍ଜନ, ସମ୍ବିତ ବରାଳ, ସତ୍ୟକାମ ଭରଦ୍ୱାଜ, ଆଶୁତୋଷ ଛୁରିଆ, ଆଦିତ୍ୟ ଜୟସିଂ।

Share