Categories: ଖେଳ

ଓଡ଼ିଶା ଦଳ ଘୋଷଣା

ଭୁବନେଶ୍ୱର, ୩।୧ (କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁଠାରେ ଚଳିତମାସ ୯ରୁ ୧୩ ପର୍ଯ୍ୟନ୍ତ ହେବାକୁଥିବା ଜାତୀୟ ଦୃଷ୍ଟିବାଧିତ ମହିଳା ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ସୋମବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏଥିପାଇଁ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ଆସୋସିଏଶନ (କାଭି) ପକ୍ଷରୁ ଡିସେମ୍ବର ୨୭ରୁ ୩୧ ପର୍ଯ୍ୟନ୍ତ ୨୦ ଜଣ ଖେଳାଳିଙ୍କୁ ନେଇ ଏକ ଚୟନ ଟ୍ରାଏଲର ଆୟୋଜନ କରାଯାଇଥିଲା। ଏଥିରେ ପ୍ରଦର୍ଶନ ଭିତ୍ତିରେ ୧୪ ଜଣିଆ ଦଳ ମନୋନୟନ କରାଯାଇଥିଲା। ଓଡ଼ିଶା ଦଳର କ୍ୟାମ୍ପ ଏବେ କେଟି ଗ୍ଲୋବାଲ ସ୍କୁଲ ପରିସରରେ ଚାଲିଛି। ଏହା ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ୭ ତାରିଖରେ ଓଡ଼ିଶା ଦଳ ବେଙ୍ଗାଲୁରୁ ଯିବ। ଫୁଲ ସୋରେନ ଓଡ଼ିଶା ଦଳର ନେତୃତ୍ୱ ନେଉଥିବାବେଳେ ୫ ଜଣ ଖେଳାଳି ସୁନୀତା ମୁର୍ମୁ, ପାର୍ବତୀ ମାର୍ଡି, ସ୍ମୃତିରେଖା ପ୍ରଧାନ, ପିଙ୍କି ବେହେରା ଓ ରୋହି ମୁଣ୍ଡା ପ୍ରଥମଥରପାଇଁ ଜାତୀୟ ପଦାର୍ପଣ କରିବା ସୁଯୋଗ ପାଇଛନ୍ତି। ଓଡ଼ିଶା ଦଳ ଘୋଷଣା ଅବସରରେ ଅବସରପ୍ରାପ୍ତ ଏୟାର ମାର୍ଶାଲ ଜେ. ବର୍ମା, ପୂର୍ବତନ ଖେଳାଳି ରାଜ ଧାଓ୍ବନ, ଏସ୍‌. ଧାଓ୍ବନ, ହୃଦ୍‌ରୋଗ ବିଶେଷଜ୍ଞ ପ୍ରତାପ କୁମାର ପ୍ରଧାନ, କେଟି ଗ୍ଲୋବାଲ ସ୍କୁଲ ପ୍ରମୋଟର ଜଗନ୍ନାଥ ରାଉତ, ଟ୍ରଷ୍ଟି ସୋମଦତ୍ତ ବେଉରା, ଆଇଆଇଜି ସ୍ପୋଟର୍‌ସ ଏକାଡେମୀ ନିର୍ଦ୍ଦେଶକ ଚିନ୍ମୟ ପ୍ରଧାନ, ପ୍ରଶାନ୍ତ କୁମାର ପୁହାଣ, କାଭି ସଭାପତି ଜାଫର ଇକବାଲ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ। ଏହି ଦଳ ଗୁଡ଼ିକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦଳ ସେମିଫାଇନାଲରେ ପ୍ରବେଶ କରିବ।
ଓଡ଼ିଶା ଦଳ: ଫୁଲ ସୋରେନ (ଅଧିନାୟିକା), ଯମୁନା ରାଣୀ ଟୁଡୁ, ପଦ୍ମିନୀ ଟୁଡୁ, ମାମିନା ନାୟକ, ପାର୍ବତୀ ମାର୍ଡି, ସୁଲୋଚନା ସିଂ (ଉଇକେଟ କିପର), ବାସନ୍ତି ହାଂସଦା, ଝିଲି ବେଉରା, ରଚନା ଜେନା, ସ୍ମୃତିରେଖା ପ୍ରଧାନ, ପାର୍ବତୀ ଟୁଡୁ, ରୋହି ମୁଣ୍ଡା, ସୁନୀତା ମୁର୍ମୁ, ରିଙ୍କି ବେହେରା। କୋଚ୍‌: ଦେବାଶିଷ ଜେନା ଓ ସୁଖରାମ ମାଝି। ମେଣ୍ଟର ଜାଫର ଇକବାଲ।

Share