Categories: ଖେଳ

ଜାତୀୟ ଜୁନିୟର ତୀରନ୍ଦାଜୀ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୧।୧୧(କ୍ରୀଡ଼ା ପ୍ରତିନିଧି): ଗୋଆର ପଣଜୀଠାରେ ନଭେମ୍ବର ୩ରୁ ୧୨ ପର୍ଯ୍ୟନ୍ତ ୪୨ତମ ଏନ୍‌ଟିପିସି ଜାତୀୟ ଜୁନିୟର ତୀରନ୍ଦାଜୀ (ଇଣ୍ଡିଆନ, ରିକର୍ଭ, କମ୍ପାଉଣ୍ଡ) ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ଆର୍ଚେରୀ ଆସୋସିଏଶନ ପକ୍ଷରୁ ରାଜ୍ୟ ଦଳ ମନୋନୀତ ହୋଇଛି। ଓଡ଼ିଶା ରିକର୍ଭ ଦଳ ଆସନ୍ତା ୨, କମ୍ପାଉଣ୍ଡ ଦଳ ୫ ଓ ଇଣ୍ଡିଆନ ରାଉଣ୍ଡ ଦଳ ୮ ତାରିଖରେ ଗୋଆ ଯାତ୍ରା କରିବ ବୋଲି ଆସୋସିଏଶନ ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସ ପ୍ରକାଶ କରିଛନ୍ତି। ଭଗତରାମ ନାଏକ ଓ ଟିକିଲି ମହାକୁଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡ଼ିଶା ଦଳର କୋଚିଂ କ୍ୟାମ୍ପ୍‌ ଅକ୍ଟୋବର ୮ରୁ କଟକସ୍ଥିତ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିଲା। ଆସୋସିଏଶନ ସଭାପତି ଗୋକୁଳ ଚନ୍ଦ୍ର ପତି ଓ ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଓଡ଼ିଶା ତୀରନ୍ଦାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଓଡ଼ିଶା ତୀରନ୍ଦାଜ ଦଳ
ଇଣ୍ଡିଆନ ରାଉଣ୍ଡ: ବାଳକ- ସଞ୍ଜୟ ମାଝି, ମିଥୁନ ନାଏକ, ସୁନୀଲ ହୋ, ନିଥାନିୟାଲ ମଲିକ। ବାଳିକା- ଜୟଲକ୍ଷ୍ମୀ ମଲିକ, ମାମି ସର୍ଦ୍ଦାର, ମଞ୍ଜୁଲତା ହାଂସଦା। କୋଚ୍‌ ଓ ମ୍ୟାନେଜର: ଟିକିଲି ମହାକୁଡ଼।
ରିକର୍ଭ ରାଉଣ୍ଡ: ବାଳକ-ସୋମନାଥ ହେମ୍ବ୍ରମ, ସୁରେଶ ଓ୍ବିକା, ପୂର୍ଣ୍ଣଚନ୍ଦ୍ର ମାଝି, ଅର୍ଜୁନ ଖରା। ବାଳିକା-ମମିତା ଓରାମ। କୋଚ୍‌: ଭଗତରାମ ନାଏକ, ମ୍ୟାନେଜର: ବିଷ୍ଣୁଚରଣ ଦାସ।
କମ୍ପାଉଣ୍ଡ ରାଉଣ୍ଡ: ବାଳକ-ରାହୁଲ ମାଡକାମି, ଦିବ୍ୟରଞ୍ଜନ ମୁଣ୍ଡା, ଭାସ୍କର ଖିଲୋ, ରଶ୍ମି ରଞ୍ଜନ ନାଏକ। ବାଳିକା- ପ୍ରୀତି ଓରାମ। ମ୍ୟାନେଜର: ବିଶ୍ୱଜିତ୍‌ ସିଂ।

Share