Categories: ଖେଳ

ଜାତୀୟ ଜୁନିୟର ହ୍ୟାଣ୍ଡବଲ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୨୫ା୩(କ୍ରୀଡ଼ା ପ୍ରତିନିଧି): ଚଳିତ ମାସ ୨୭ରୁ ୩୧ ପର୍ଯ୍ୟନ୍ତ ଉଦୟପୁରଠାରେ ୪୫ତମ ଆନ୍ତଃ ରାଜ୍ୟ ଜୁନିୟର ବାଳକ ହ୍ୟାଣ୍ଡବଲ ପ୍ରତିଯୋଗିତ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ୧୬ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଆର୍ଯ୍ୟନ ବ୍ରାହ୍ମିନଙ୍କ ନେତୃତ୍ୱରେ ଓଡ଼ିଶା ଦଳ ଉଦୟପୁର ଯାତ୍ରା କରିଛି। ରାଜ୍ୟ ସଂଘ ସମ୍ପାଦକ ମାନସ କୁମାର ସିଂ, କୋଷାଧ୍ୟକ୍ଷ ସୀତେନ୍ଦ୍ରନାଥ ଦାସ ଓ ଭୁବନେଶ୍ବର ଜିଲା ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ଓଡ଼ିଶା ଦଳକୁ ଶୁଭକାମନା ଜଣାଇଛନ୍ତି।
ଓଡ଼ିଶା ଦଳ: ଆର୍ଯ୍ୟନ ବ୍ରାହ୍ମିନ (ଅଧିନାୟକ), ରାଜାରାମ ପଣ୍ଡା, ରବିନାରାୟଣ ସାମଲ, ପ୍ରୀତମ କୁମାର ଜେନା, ଗୌରୀ ଶଙ୍କର ଜେନା, ଦାମୋଦର ଖୁଣ୍ଟିଆ, ଅଜୟ ବେହେରା, ଚିନ୍ମୟ ବେହେରା, ଜ୍ଞାନରଞ୍ଜନ ଦାସ, ଦୀନେଶ ପୃଷ୍ଟି, ଅଭିଜିତ ସିଂ, ସୁନୀଲ ବେହେରା, ମିର୍ଜା ମିରାଜ ବେଗ, ବିଭୁ ପ୍ରସାଦ ରାଏ, ଜୀତେଶ ଜେନା, ସମୀର ସେଠୀ। କୋଚ: ଚନ୍ଦନ ପତ୍ରୀ, ମାନେଜର: ଗୌରୀଶଙ୍କର ମିଶ୍ର।

Share