Categories: ଖେଳ

ଜାତୀୟ ଜୁନିୟର ଟେବୁଲ ଟେନିସ୍‌ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର,୭।୨(କ୍ରୀଡ଼ା ପ୍ରତିନିଧି): ଚେନ୍ନାଇର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚଳିତ ମାସ ୮ରୁ ୧୬ ପର୍ଯ୍ୟନ୍ତ ହେବାକୁଥିବା ୮୪ତମ ଜାତୀୟ ଜୁନିୟର ଓ ଯୁବ ଆନ୍ତଃରାଜ୍ୟ ଟେବୁଲ ଟେନିସ୍‌ ଟୁର୍ନାମେଣ୍ଟ ପାଇଁ ସୋମବାର ଓଡ଼ିଶା ଦଳ ଘୋଷିତ ହୋଇଛି। ପ୍ରତିଯୋଗିତାରେ ଓଡ଼ିଶାର ୫ ବାଳିକା ଓ ୮ ବାଳକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।
ଓଡ଼ିଶା ଦଳ (ବାଳିକା): ଶ୍ୱେତପଦ୍ମା ଦଳାଇ, ସୁକଲଦେଇ ପେଣ୍ଠିଆ, ସୌମ୍ୟାଜ୍ୟୋତି ଦାସ, ବନିତା ମାଝି, ଆଦ୍ୟାଶା ପ୍ରିୟଦର୍ଶିନୀ। ବାଳକ: ଜିଜ୍ଞାଶୁ ସାହୁ, ଫରଜ ରାଜା, ଅନିନ୍ଦ୍ୟ ଅନୁପମ ଦାସ, ମହମ୍ମଦ ଜିସାନ, ମହମ୍ମଦ ଅବୁ ସୁଫିଆନ ତାଜି, ତୁହିନ ବାନିକ, ଏ. ସନ୍ତୋଷ ପ୍ରୀତମ୍‌, ସାହିଲ ସୁମନ ଭୂୟାଁ। ମ୍ୟାନେଜର: ସମ୍ବିତ ଦାସ, ମହିଳା ମ୍ୟାନେଜର: ଲକ୍ଷ୍ମୀ ସେଠୀ, କୋଚ୍‌ ସହିଦ ହୁସେନ, ଅମ୍ପାୟୀ: ଏମ୍‌. ଚିନାରାଓ।

Share