Categories: ଖେଳ

ଜାତୀୟ ଶକ୍ତି ଉତ୍ତୋଳନ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୨୯ା୩ (ସ୍ପୋଟର୍‌ସ ବ୍ୟୁରୋ): କେରଳ ରାଜ୍ୟ ଅନ୍ତର୍ଗତ କୋଝିକୋଡ୍‌ଠାରେ ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ପାଇଁ ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ତରଫରୁ ମନୋନୀତ ୧୫ ଜଣିଆ ଖେଳାଳି ଦଳ ଏବଂ ଦୁଇଜଣ କର୍ମକର୍ତ୍ତା କେରଳ ଗସ୍ତ କରିଛନ୍ତି। ପୁରୁଷ ବିଭାଗରେ ଭାଗନେବା ପାଇଁ ପ୍ରଦୀପ ପାତ୍ର, ରାକେଶ ଶତପଥୀ, ଜାଭେଦ ଅର୍ଶଦ, ଦେବାଶିଷ ମହାନ୍ତି, ଦୀପକ କୁମାର, ମହେନ୍ଦ୍ର ରାଉତ ରଞ୍ଜନ ହାଁସ୍‌ଦା ଓ ଅଭିଷେକ ମହନ୍ତ ମନୋନୀତ ହୋଇଛନ୍ତି। ମହିଳା ପ୍ରତିଯୋଗୀଙ୍କ ମଧ୍ୟରେ ରହିଛନ୍ତି ତନୟା ପଣ୍ଡା, ପ୍ରଭାତୀ ସିଂ, ଦେବୀ ସିଂ, ଦିବ୍ୟଲେଖା ମିଶ୍ର, ନଗ୍‌ମା ଆରା ବେଗମ, ଅନୀତା ବେହେରା ଓ ସ୍ବାଗତିକା ଖଟେଇ ରହିଛନ୍ତି। ଦଳ ସହ ପ୍ରବନ୍ଧକ ଶକ୍ତି ପ୍ରସାଦ ବାରିକ ଓ କୋଚ୍‌ ଲଳିତ ସାହୁ ଗସ୍ତ କରିଛନ୍ତି। ସଂଘର ସମ୍ପାଦକ ଡ. ହରିପ୍ରସାଦ ପଟ୍ଟନାୟକ, ଚିତରଞ୍ଜନ ସ୍ପାଇଁ, ଡ. ଗୌରୀ ମହାନ୍ତି, ସମରେନ୍ଦ୍ର ରାଉତରାୟ ଏବଂ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଓଡ଼ିଶା ଦଳର ସଫଳତା କାମନା କରିଛନ୍ତି।

Share