Categories: ଖେଳ

ଜାତୀୟ ସିନିୟର ଭଲିବଲ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୧।୨(କ୍ରୀଡ଼ା ପ୍ରତିନିଧି): ଆସାମର ଗୁଆହାଟୀଠାରେ ୭୧ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ (ମହିଳା/ପୁରୁଷ) ଫେବୃୟାରୀ ୨ରୁ ଆରମ୍ଭ ହେବ। ଏଥିପାଇଁ ଓଡ଼ିଶା ମହିଳା ଓ ପୁରୁଷ ଦଳ ମଙ୍ଗଳବାର ଘୋଷଣା କରାଯାଇଛି। ଉଭୟ ଦଳର ୧୨ ଜଣ ଲେଖାଏ ଖେଳାଳିଙ୍କ ସମେତ ୫ ଅଫିସିଆଲଙ୍କ ନାମ ମଧ୍ୟ ପ୍ରକାଶ କରାଯାଇଛି। ରାଜ୍ୟ ଦଳ ମନୋନୟନ ପାଇଁ ଚୟନ ଟ୍ରାଏଲ ଗତ ୧୫ ତାରିଖରେ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ବିଭିନ୍ନ ଜିଲା ଓ ୟୁନିଟଗୁଡ଼ିକରୁ ୧୪୦ ଖେଳାଳି ଏଥିରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୩୬ (୧୬ ମହିଳା ଓ ୨୦ ପୁରୁଷ) ଖେଳାଳିଙ୍କୁ ମନୋନୟନ କରାଯାଇ କୋଚିଂ କ୍ୟାମ୍ପ ଚାଲିଥିଲା। କୋଚିଂ କ୍ୟାମ୍ପ ଶେଷ ହେବା ପରେ ମନୋନୀତ ଖେଳାଳି ଓ ଅଫିସିଆଲ ଗୁଆହାଟୀ ଅଭିମୁଖେ ଯାତ୍ରା କରିଛନ୍ତି। ଖେଳାଳିମାନେ ଯାତ୍ରା କରିବା ପୂର୍ବରୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ସେମାନଙ୍କ ସହ ଆଲୋଚନା କରିବା ସହ ଆଗାମୀ ଟୁର୍ନାମେଣ୍ଟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। କିଟ୍‌ ପରିସରରେ କ୍ୟାମ୍ପ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାସହ ଆବଶ୍ୟକ ସହଯୋଗ କରିଥିବାରୁ ଅଚ୍ୟୁତଙ୍କୁ ଓଡ଼ିଶା ଭଲିବଲ ଆସୋସିଏଶନ ସମ୍ପାଦକ ଗଗନେନ୍ଦୁ ଦାଶ ଧନ୍ୟବାଦ ଜଣାଇଛନ୍ତି।
ଓଡ଼ିଶା ଦଳ (ମହିଳା): ଚେତନା ଭାଲା (ଅଧିନାୟିକା), କେ. ଦେବୀକା ଦେବରଞ୍ଜନ, ଏନ୍‌. ଅଶ୍ୱନୀ, ଉତ୍କର୍ଷ ସୋନାଓ୍ବାଲେ, କମଲେଶ କୁମାରୀ, ପି.ଆର. ଅଶ୍ୱଥୀ, ଶିବାନୀ ପ୍ରିୟଦର୍ଶିନୀ, ଜେ. ମାରୀ ଅନିନା, ସି. ସୃଷ୍ଟି, ଗଡବା ପାର୍ବତୀ, ବି. ଅନିଶା, ଅନନ୍ୟା ଦାସ (ଏଲ୍‌)। କୋଚ୍‌: କେ. ନିଲ ରାଜୁ ଓ ସଙ୍ଗୀତା ଟପ୍ପୋ, ଟ୍ରେନର: ଅନିତା ଜେମ୍ସ। ପୁରୁଷ: ପି.ପି. ଅଫଜଲ (ଅଧିନାୟକ), ମାନସ ରଞ୍ଜନ ପାଣି, ଅନୁଲ କୁମାର ସେନାପତି, ରାହୁଲ ବାରିକ, ରାଜେଶ କୁମାର ସାହୁ, ଆଶୁତୋଷ ତ୍ରିପାଠୀ, ଅଜୟ କୁମାର ତରାଇ, ଦୀପ୍ତିରାଜ ମିଶ୍ର, ପ୍ରତାପ କୁମାର ସ୍ବାଇଁ, ଶୁଭ୍ରାଂଶୁ ଶେଖର ଓଝା, ସେକ୍‌ ସିରାଜ ଅଲୀ, ପ୍ରଜ୍ଞା ସାରଥୀ ଜେନା (ଏଲ୍‌)। କୋଚ୍‌: ରମେଶ ଚନ୍ଦ୍ର ଓଝା ଓ ବିଶ୍ୱଜିତ ଦାସ।

Share