Categories: ଖେଳ

ରୋଲ୍‌ ବଲ୍‌ ଚାମ୍ପିୟନଶିପ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର,୨୮ା୧୨(ସ୍ପୋଟର୍‌ସ ବ୍ୟୁରୋ): ରାଜସ୍ଥାନର ଜୟପୁରରେ ହେବାକୁ ଥିବା ୧୫ ତମ ଜାତୀୟ ସବ୍‌ ଜୁନିୟର ରୋଲ୍‌ ବଲ୍‌ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଛନ୍ତି ଓଡ଼ିଶା ବାଳକ ଓ ବାଳିକା ଦଳ। ସାଇ ଶ୍ରୀୟାଂଶୁ ରାଉତଙ୍କ ନେତୃତ୍ୱରେ ୧୦ ଜଣିଆ ବାଳକ ଦଳ ଓ ୭ ଜଣିଆ ବାଳିକା ଦଳ ଏହି ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି। ଓଡ଼ିଶା ସମେତ ୨୧ଟି ରାଜ୍ୟ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି। ପ୍ରତୀକ ଅର୍ଣ୍ଣବ ଜେନା, ସାଇ ଶ୍ରୀୟାଂଶୁ ରାଉତ, ଅଂଶୁମାନ ପାତ୍ର, ସ୍ଥିତପ୍ରଜ୍ଞ ଜେନା, ହିତାଂଶୁ ସାମନ୍ତରାୟ, ସ୍ବସ୍ତିକ କୁମାର ପ୍ରହରାଜ, ବୀରେନ୍‌ ଦାସ, ଅଭିଶାନ୍ତ ପାଣିଗ୍ରାହୀ, ଅନିଶ ତ୍ରିପାଠୀ ଓ ସୂର୍ଯ୍ୟ ପ୍ରତ୍ୟୁଷ ନାୟକ ବାଳକ ଦଳର ସଦସ୍ୟ ରହିଛନ୍ତି। ଭାବ୍ୟା ଇଶାନା ରାଉତ, କମଲ କ୍ରିଷ୍ଣା, ଐଶ୍ୱର୍ଯ୍ୟା ପାତ୍ର, ତନୁଶ୍ରୀ ସାହୁ, ରିଦ୍ଧାନ୍ୟା ସଚ୍ଚିଦାନନ୍ଦମ, ଶ୍ରୀତିଶା ମିଶ୍ର, ଆଧ୍ୟା ଟୋଶାନି ବାଳିକା ଦଳର ସଦସ୍ୟ ରହିଛନ୍ତି। କୋଚ୍‌ ଭାବରେ ଅଭିଜିତ୍‌ ସ୍ବାଇଁ ଏବଂ ସୁଶାନ୍ତ ସାହୁ ଦଳ ସହିତ ରହିଛନ୍ତି। ଓଡ଼ିଶା ଦଳର ଖେଳାଳିଙ୍କୁ ରୋଲ୍‌ ବଲ୍‌ ସଂଘର ସମ୍ପାଦିକା ସୌଦାମିନୀ ପାତ୍ର ଓ ପ୍ରତିଷ୍ଠାତା ପାର୍ଥ ସାରଥି ଜେନା ଶୁଭେଚ୍ଛା ଜଣାଇଛନ୍ତି।

Share