Categories: ଖେଳ

ଓଡ଼ିଶା ଦଳକୁ ୩ ରୌପ୍ୟ, ୧ ବ୍ରୋଞ୍ଜ

ଭୁବନେଶ୍ୱର, ୮ା୭,(ବିଜୟ ରଣା): ଦ୍ୱାଦଶ ଜାତୀୟ ଭୋବିନାମ ମାର୍ଶାଲ ଆଟର୍‌ସ ଚାମ୍ପିୟନଶିପ୍‌ ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ ଶାଲିମାର ହଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ୧୬ଟି ରାଜ୍ୟରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ଓଡ଼ିଶା ଭୋବିନାମ ଆସୋସିଏଶନ ମୁଖ୍ୟ ତଥା ଜାତୀୟ କୋଚ୍‌ ଦୀପ୍ତି ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ୩ ପ୍ରତିଯୋଗି ଓ ୪ ଅଫିସିଆଲ ଅଂଶଗ୍ରହଣ କରିଥିଲେ। ଏଥିରେ ଓଡ଼ିଶା ପ୍ରତିଯୋଗୀମାନେ ୩ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ଜିତିଛନ୍ତି। ସାଇ ସତ୍ୟମ ସେଠୀ ୫୫ କେଜିରୁ ଊର୍ଦ୍ଧ୍ୱ ବିଭାଗରେ ଗୋଟିଏ ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ଜିତିଥିଲେ। ୩୩ କେଜିରୁ କମ୍‌ ବିଭାଗରେ ବିଶ୍ୱରଞ୍ଜନ ଦାସ ରୌପ୍ୟ ହାସଲ କରିଥିଲେ। ସେହିପରି ସିନିୟର ପୁରୁଷ ବିଭାଗରେ ଏସ୍‌. ମୁରଲୀ ଶଙ୍କର ରୌପ୍ୟ ପଦକ ପାଇଥିଲେ। ଏହି ଅବସରରେ ଜାତୀୟ କୋଚ୍‌ ଦୀପ୍ତି ରଞ୍ଜନ ମହାପାତ୍ରଙ୍କୁ ଜାତୀୟ ସ୍ତରରେ ଆତ୍ମରକ୍ଷା କୌଶଳ କ୍ଷେତ୍ରରେ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁବିର କୁମାର ବିଶ୍ୱାସ, ମନୋଜ କୁମାର ନାୟକ, ଏସ୍‌. ମୁରଲୀଶଙ୍କର ଓ ନସିମ ମଲିକଙ୍କୁ ବ୍ଲାକ୍‌ବେଲ୍ଟ ପ୍ରଦାନ କରାଯାଇଥିଲା। ଦଳ ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ସଂଘ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Share