Categories: ଖେଳ

ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର,୮।୨(ସ୍ପୋଟର୍‌ସ ବ୍ୟୁରୋ): ଦୃଷ୍ଟିବାଧିତଙ୍କ ପାଇଁ ଖେଳାଯାଉଥିବା ଜାତୀୟ ନାଗେଶ ଟ୍ରଫି ୨୦୨୨-୨୩ ପାଇଁ ମଙ୍ଗଳବାର ୧୬ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟର ସୁଖରାମ ମାଝିଙ୍କୁ ଏହି ଦଳର ଅଧିନାୟକ ଏବଂ ଲିଙ୍ଗରାଜ ରାଉତରାଙ୍କୁ ଉପଅଧିନାୟକ ରଖାଯାଇଛି। ଏମ୍‌ଡି ଜାଫର ଇକ୍‌ବାଲ ୨୦୧୦ରୁ ଓଡ଼ିଶାର ଅଧିନାୟକ ରହି ଆସୁଥିବା ବେଳେ ଚଳିତ ଥର ଖେଳାଳି ହିସାବରେ ସେ ଦଳରେ ଅଛନ୍ତି। ବିଗତ ୧୨ ବର୍ଷ ହେବ ଜାଫରଙ୍କ ନେତୃତ୍ୱରେ ମୁଁ ଖେଳି ଆସୁଥିବା ବେଳେ ଅନେକ ଜିନିଷ ଶିଖିବାକୁ ପାଇଛି ବୋଲି କହିଛନ୍ତି ସୁଖରାମ। ଏହି ଦଳରେ ଦୁଇ ଜଣ ନୂତନ ଖେଳାଳି ହିକିମ ମୁର୍ମୁ ଓ ଗଉରା ହରିଜନଙ୍କୁ ସାମିଲ କରାଯାଇଛି। ୨୮ଟି ଦଳକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିବା ବେଳେ ଓଡ଼ିଶା ଏଲିଟ୍‌ ଗ୍ରୁପ୍‌ ସି’ରେ ସ୍ଥାନ ପାଇଛି। ରାଜସ୍ଥାନର ଆଜମେରରେ ଓଡ଼ିଶା ନିଜର ସମସ୍ତ ଗ୍ରୁପ୍‌ ମ୍ୟାଚ୍‌ ଖେଳିବ। ତେଲଙ୍ଗାନା ସହିତ ୧୩, ଦିଲ୍ଲୀ ସହିତ ୧୫, ଜମ୍ମୁ କଶ୍ମୀର ସହିତ ୧୬ ଏବଂ ରାଜସ୍ଥାନ ସହିତ ୧୭ ଫେବୃୟାରୀରେ ଏହାର ସମସ୍ତ ଗ୍ରୁପ୍‌ ମ୍ୟାଚ୍‌ ଖେଳିବ ଓଡ଼ିଶା। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ସୁପର୍‌ ଏଇଟ୍‌, ସେମିଫାଇନାଲ ଓ ଫାଇନାଲ ମୁମ୍ବାଇରେ ଖେଳାଯିବ।
ଓଡ଼ିଶା ଦଳ: ଏମ୍‌ଡି ଜାଫର ଇକ୍‌ବାଲ, କାଳିଆ ପ୍ରଧାନ, ତପନ କୁମାର ଗୌଡା, ହିକିମ ମୁର୍ମୁ, ଅନତଲ ମଲିକ୍‌, ଅଞ୍ଜନ ସିଂ, ଗଉରା ହରିଜନ, ନକୁଳ ବଡନାୟକ, ଲାଲ ପ୍ରସାଦ ସୋରେନ୍‌, ଅର୍ଜୁନ ଭାତ୍ରା, ସୁଖରାମ ମାଝି(ଅଧିନାୟକ), ଲିଙ୍ଗରାଜ ରାଉତରା, ଧନପତି ଗୌଡା, ଶୁକଦେବ ସୋରେସ।
କୋଚ୍‌: ଚନ୍ଦ୍ର ଶେଖର ପଟ୍ଟନାୟକ, ମ୍ୟାନେଜର: ଦେବାଶିଷ ସାହୁ।

Share