Categories: ଖେଳ

ଓଡ଼ିଶା ଦଳ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୨୬।୪ (କ୍ରୀଡ଼ା ପ୍ରତିନିଧି): ପୁଣେର ବାଲଓ୍ବାଡ଼ି ଷ୍ଟାଡିୟମରେ ଚାଲିଥିବା ୧୭ ବର୍ଷରୁ କମ୍‌ ଜାତୀୟ ରୋଲ ବଲ୍‌ ଚାମ୍ପିୟନଶିପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଓଡ଼ିଶା ଦଳ ଇତିହାସ ରଚିଛି। ଓଡ଼ିଶା ରୋଲ୍‌ ବଲ୍‌ ଇତିହାସରେ ରାଜ୍ୟ ବାଳକ ଦଳ ପ୍ରଥମଥର ପାଇଁ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛି। କ୍ୱାର୍ଟର ଫାଇନାଲ ଅଭିଯାନ ପଥରେ ଦଳ ଉତ୍ତର ପ୍ରଦେଶକୁ ୭-୦, ଗୁଜରାଟକୁ ୧୨-୦ ଗୋଲରେ ହରାଇଥିବାବେଳେ ଆସାମ ବିପକ୍ଷ ମ୍ୟାଚକୁ ୧-୧ ଗୋଲ୍‌ରେ ଡ୍ର ରଖିଥିଲା। ତେଲଙ୍ଗାନାଠାରୁ ଗୋଟିଏ ମ୍ୟାଚରେ ୧-୩ରେ ପରାଜୟ ସ୍ବାଦ ଚାଖିଛି। ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ସର୍ବାଧିକ ଗୋଲ ସ୍କୋରର ତାଲିକାରେ ଓଡ଼ିଶା ଖେଳାଳି ଆଗରେ ରହିଛନ୍ତି। ଓଡ଼ିଶା ଦଳର ଅଧିନାୟକ ପ୍ରୀତିଶ୍‌ ଆର୍ଯ୍ୟନ ଜେନା ୧୧ଟି ଗୋଲ ସ୍କୋର କରି ଶୀର୍ଷରେ ଅଛନ୍ତି। ”ଓଡ଼ିଶା ଦଳର ଖେଳାଳିମାନେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ ଅଛନ୍ତି। ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ସକ୍ଷମ ହୋଇଛନ୍ତି“ ବୋଲି ଓଡ଼ିଶା ରୋଲ ବଲ୍‌ ଆସୋସିଏଶନ ସମ୍ପାଦକ ପାର୍ଥ ସାରଥି ଜେନା ପ୍ରକାଶ କରିଛନ୍ତି।

Share