ଅସ୍ପଷ୍ଟ ହେଉଛି ଓଡ଼ିଶା ଭୂଖଣ୍ଡ ସ୍ଥିତି

୧୯୩୬ ଏପ୍ରିଲ ୧ରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା। ଠିକ୍‌ ଆଜିକୁ ୮୫ବର୍ଷ ବିତିଯାଇଥିଲେ ସୁଦ୍ଧା ଓଡ଼ିଶାର ସୀମା ସ୍ପଷ୍ଟ ହୋଇପାରୁନି। ପଡୋଶୀ ରାଜ୍ୟଗୁଡ଼ିକ ବାରମ୍ବାର ଓଡ଼ିଶା ଭିତରକୁ ପଶି ଆସି ଗାଁ ଦଖଲ କରୁଛନ୍ତି। ରାସ୍ତାଘାଟ ନିର୍ମାଣ ସହ ସରକାରୀ କାର୍ଯ୍ୟକ୍ରମ ଜାରି ରଖୁଛନ୍ତି। ଏବେ ସୀମାନ୍ତ ଗ୍ରାମଗୁଡିକର ଲୋକେ ଅନ୍ୟ ରାଜ୍ୟରେ ଭୋଟ ଦେବା ପରେ ଓଡ଼ିଶା ଭୂଖଣ୍ଡର ପ୍ରକୃତ ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛିଦିନ ପୂର୍ବରୁ କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାର ନିର୍ବାଚନ କରାଇଥିବାବେଳେ ଏବେ ବାଲେଶ୍ୱର ଜିଲା ଭୋଗରାଇ ତହସିଲ ଅନ୍ତର୍ଗତ ଶଙ୍ଖାମେଦୀ ଗାଁର ଲୋକେ ପଶ୍ଚିିମବଙ୍ଗ ନିର୍ବାଚନରେ ଭାଗନେଇ ଭୋଟ ଦେଇଛନ୍ତି। ଆଜି ରାଜ୍ୟବାସୀ ଓଡ଼ିଶା ଦିବସ ପାଳନ କରିବେ। ଏପରିସ୍ଥିତିରେ ସୀମା ବିବାଦ ଓ ଓଡ଼ିଶା ଲୋକେ ଅନ୍ୟ ରାଜ୍ୟରେ ଭୋଟ ଦେବା ପ୍ରସଙ୍ଗକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…

ସ୍ବତନ୍ତ୍ର ବିଭାଗ ହେଉ, ସୀମାନ୍ତ ଲୋକଙ୍କୁ ସୁବିଧା ଦିଆଯାଉ
କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ‘ଗୋଟିଏ ଦେଶ, ଗୋଟିଏ ପରିଚୟପତ୍ର’ ପ୍ରଚଳନ କରିବା ଉଚିତ। ଏହାଦ୍ୱାରା ୨ଟି ସ୍ଥାନରେ ଲୋକେ ଭୋଟ ଦେଇପାରିବେ ନାହିଁ। ସେହିଭଳି ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗ ଅଧୀନରେ ସ୍ବତନ୍ତ୍ର ବିଭାଗ କରାଯାଉ। ଏଥିସହ ସୀମାବର୍ତ୍ତୀ ଗ୍ରାମଗୁଡିକରେ ସୀମାନ୍ତ ଗ୍ରାମ୍ୟ ବିକାଶ ପରିଷଦ ଗଠନ ହେଉ। ପରିଷଦ ସଦସ୍ୟମାନେ ଅନ୍ୟ ରାଜ୍ୟର ଆକର୍ଷଣକୁ ପ୍ରତିହତ କରିବା ସହ ଓଡ଼ିଶାର ସୀମାନ୍ତ ଗ୍ରାମର ଲୋକଙ୍କୁ ନିଜ ରାଜ୍ୟରେ ଭୋଟ ଦେବାକୁ ବୁଝାଇବେ।
– ଅଦ୍ୱୈତ ପାତ୍ର, ରାଜ୍ୟ ସଭାପତି, ଉତ୍କଳ ସମ୍ମିଳନୀ

ଓଡ଼ିଶା ସରକାରଙ୍କ ଅପାରଗତା
ଓଡିଶାର ସ୍ବାର୍ଥ ପ୍ରତି ରାଜ୍ୟ ସରକାର ବା ପ୍ରଶାସନିକ ଅଧିକାରୀଙ୍କର ଆନ୍ତରିକତା ନାହିଁ। ଯେଉଁଥିପାଇଁ ଆଜି ଶଙ୍ଖାମେଦୀର ଲୋକେ ପଶ୍ଚିମବଙ୍ଗ ନିର୍ବାଚନରେ ଭାଗନେଇ ଭୋଟ ଦେଇଛନ୍ତି। ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓଡ଼ିଶାରୁ ଖରସୁଆଁ ଓ ଷଢେଇକଳା ବିହାରରେ ମିଶିଗଲା, ଯାହାକି ଏବେ ଝାଡ଼ଖଣ୍ଡରେ ରହିଛି।
ମନୋରଞ୍ଜନ ଦାସ, ପ୍ରାଧ୍ୟାପକ

ସୀମା ନିର୍ଦ୍ଧାରଣ ପାଇଁ ସମୟ ଆସିଛି
ଓଡ଼ିଶା ଲୋକେ ପଶ୍ଚିମବଙ୍ଗରେ ଭୋଟ ଦେବା ନିଶ୍ଚିତ ସମ୍ବେଦନଶୀଳ ପ୍ରସଙ୍ଗ। ଏବେ ପ୍ରକୃଷ୍ଟ ସମୟ ଆସିଛି ପଡୋଶୀ ରାଜ୍ୟ ସହ ଓଡ଼ିଶା ସୀମା ନିର୍ଦ୍ଧାରଣ ପାଇଁ॥ ୧୯୩୬ରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ରାଜସ୍ବ ସର୍ଭେ ଓ ନକ୍ସା ଜରିଆରେ ବାସ୍ତବ ସୀମା ନିର୍ଦ୍ଧାରିତ ହୋଇନାହିଁ। କେଉଁଠି ପାହାଡ଼ ମୁଣ୍ଡିଆ ବା କେଉଁଠି ନଦୀକୁ ସୀମା ଭାବେ ଧରି ନିଆଯାଇଛି। ୧୯୩୮ରେ ବାଲେଶ୍ୱରର ତତ୍କାଳୀନ ଜିଲାପାଳ ସୁବର୍ଣ୍ଣରେଖା ନଦୀକୁ ପଶ୍ଚିମବଙ୍ଗ ଓ ଓଡ଼ିଶା ସୀମା ଭାବେ ଧରି ନେଇଥିଲେ। ଯୁଗ୍ମ ସର୍ଭେ ଜରିଆରେ ଓଡ଼ିଶାର ସୀମା ନିର୍ଦ୍ଧାରିତ ହେବା ଆବଶ୍ୟକ।
-ସୌଭାଗ୍ୟ ସୁନ୍ଦରରାୟ, ସ୍ତମ୍ଭକାର

ଶାସନରେ ଜନ ଅସନ୍ତୋଷର ଚିହ୍ନ
ଶଙ୍ଖାମେଦୀ ଗ୍ରାମର ଲୋକେ ପଶ୍ଚିମବଙ୍ଗରେ ଭୋଟ ଦେଉଥିବା ନିଶ୍ଚୟ ଦୁର୍ଭାଗ୍ୟଜନକ। ଯାହା ଜଣାପଡୁଛି, ସେଠାକାର ଲୋକେ ଓଡ଼ିଶା ସରକାରଙ୍କଠାରୁ ନିଜର ଅଧିକାର ଓ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଥିବେ। ଏହି ସୁଯୋଗରେ ପଶ୍ଚିମବଙ୍ଗ ସରକାର ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ବାସିନ୍ଦା କରିବା ସହ ଭୋଟ ଦେବାକୁ ଉତ୍ସାହିତ କରିଥିବେ।
ବିଶ୍ୱପ୍ରିୟ କାନୁନ୍‌ଗୋ, ମାନବ ଅଧିକାର କର୍ମୀ

ପଡ଼ୋଶୀ ରାଜ୍ୟ ସହ ଆଲୋଚନା କରି ପଦକ୍ଷେପ ନେଉ ଓଡ଼ିଶା
ଓଡ଼ିଶାରେ ରହି ସୀମାନ୍ତ ଗ୍ରାମବାସୀ ପଶ୍ଚିମବଙ୍ଗ ନିର୍ବାଚନରେ ଭୋଟ ଦେବା ଘଟଣାକୁ ସରକାର ଗୁରୁତ୍ୱର ସହ ନିଅନ୍ତୁ। ଜନଗଣନାରେ ତ୍ରୁଟି ରହିଥିଲେ ସଂଶୋଧନ ହେବା ଉଚିତ। ନଚେତ ଅଧିକ ସୁବିଧା ପାଇବା ଲୋଭରେ ଲୋକମାନେ ଅନ୍ୟ ରାଜ୍ୟରେ ଭୋଟ ଦେଉଥିବେ।
– ଲକ୍ଷ୍ମୀକାନ୍ତ ପାଲିତ, ସଙ୍ଗୀତ ନିର୍ଦ୍ଦେଶକ


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri