Categories: Uncategorized

କେନାଲ କଡ଼ରେ ପଡ଼ିଛି ଡ୍ରାଇଭରଙ୍କ ମୃତଦେହ,ତଦନ୍ତ ଆରମ୍ଭ କଲା ବରଗଡ଼ ପୋଲିସ

ବରଗଡ଼, ୭।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବ୍ରହ୍ମଚାରୀ ନିକଟ କେନାଲ କଡରୁ ଗୁରୁବାର ସ୍ଥାନୀୟ ଟାଉନ ଥାନା ପୋଲିସ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଜଣଙ୍କ ହେଲେ ବରଗଡ ପୌର ପରିଷଦ ଅଧିନ ଗଙ୍ଗାଧର ନଗର ନିବାସୀ ଗଣେଶ ଦାଶ। ସେ ଏକ ଘରୋଇ ବସର ଡ୍ରାଇଭରଭାବେ କାମ କରୁଥିଲେ।

ସୂଚନାନୁଯାୟୀ, କେନାଲ ପାଣିରେ ମୃତକଙ୍କ ଶରୀରର ମୁଣ୍ଡ ଅଂଶ ରହିଥିବା ବେଳେ ବାକି ଅଂଶ କେନାଲ କୂଳରେ ପଡି ରହିଥିଲା। ପାରିପାଶର୍‌ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ହତ୍ୟା ପରେ ଘଟଣାକୁ ଭିନ୍ନ ରୂପ ଦେବା ପାଇଁ କେହି ମୃତଦେହକୁ ସେଠାରେ ପକାଇ ଦେଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଲାଇଛି।