ପିକ୍‌ନିକ୍‌ ପାଇଁ ଯାଉଥିଲେ, କେନ୍ଦୁଘାଟିରେ ଓଲଟି ପଡ଼ିଲା ଟ୍ରାଭଲର୍‌; ଚାଲିଗଲା ଜଣଙ୍କର ଜୀବନ, ୧୧ ଆହତ

ଗଜପତି,୧୭।୧୧ (ଗିରିଧାରୀ ପରିଛା) – ପିକ୍‌ନିକ୍‌ ଯିବା ହେଲା କାଳ। ପୁଣି ଗଜପତି ଜିଲା ମୋହନା କେନ୍ଦୁଘାଟିରେ ରବିବାର ଦୁର୍ଘଟଣା ଘଟିଛି। ଟ୍ରାଭଲର ଭ୍ୟାନ୍‌ ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି l ମୃତକ ହେଲେ ନୟାଗଡ଼ ଜିଲା ଚାହାଳିର ସରୋଜିନୀ ବେହେରା। ଆହତଙ୍କ ମଧ୍ୟରେ ୪ ଜଣ ମହିଳା, ୨ ଜଣ ଶିଶୁ ଅଛନ୍ତି। ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମୋହନା ମେଡିକାଲ ରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ୩ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ନୟାଗଡ଼ ଜିଲା ଶରଣକୂଳ ଓ ଚଢ଼େୟାପଲି ଅଞ୍ଚଳର ଗୋଟିଏ ପରିବାରର ୧୪ ଜଣ ଏକ ଟ୍ରାଭଲର୍‌ରେ ପିକନିକ୍‌ ପାଇଁ ଭୁବନେଶ୍ୱରରୁ କୋରାପୁଟ ଯାଉଥିଲେ। ତେବେ ଭୋର ୪ ଟାରେ ମୋହନା କେନ୍ଦୁଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଗାଡିଟି ୨ଥର ଓଲଟି ଥିବା ଜଣାପଡିଛି। ତେବେ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ଆହତ ଯାତ୍ରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ଶୀତରେ ପହିଲି ପର୍ଯ୍ୟଟକ: ଭୋଜି ପାଇଁ ଲଗାଇଲେ ଭିଡ଼, ବୁଲିଲେ କଫି ବଗିଚା

ଦାରିଙ୍ଗବାଡ଼ି,୧୭ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଯେମିତି ତାପମାତ୍ରା କମିବାରେ ଲାଗିଛି ସେହିଭଳି ଶୀତ ମଧ୍ୟ ଧୀରେ ଧୀରେ ସ୍ପର୍ଶ କରିବାରେ ଲାଗିଛି। ଏହାର ମଜା...

ବ୍ୟବହାର ପୂର୍ବରୁ ଭାଙ୍ଗିରୁଜି ଗଲାଣି ସର୍ବସାଧାରଣ ଶୌଚାଳୟ, ନିମ୍ନମାନର କାର୍ଯ୍ୟ ନେଇ…

ଗଞ୍ଜାମ,୧୭ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସାନବଜାର ଓ ତ୍ରିବେଣୀ ମଠ ଛକଠାରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଯୋଜନାରେ ସର୍ବସାଧାରଣ ପାଇଁ...

ଗୀତ ଅଧାରୁ ଷ୍ଟେଜ୍‌ରୁ ଓହ୍ଲାଇ ପଡ଼ିଲେ ବାଲିଯାତ୍ରା ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଅସୀମା ପଣ୍ଡା

କଟକ,୧୭।୧୧(ଶିଳ୍ପା ପ୍ରିୟଦର୍ଶିନୀ): ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ସଙ୍ଗୀତ ଓ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା। ହେଲେ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିବା...

ଭାବିଥିଲେ ଆଜି କରିଦେବେ ମାସଟା ଯାକକ ବେପାର ହେଲେ ରାସ୍ତାରେ ଜଗିଥିଲା ଯମ …

ଜଗତସିଂହପୁର,୧୭।୧୧: ଆଜି ଝାଡ଼ ଖାଇ ପ୍ରତିଟି  ଆମିଷ ବେପାରୀ ଭାବିଥାନ୍ତି ତାଙ୍କ ମାସଟା ଯାକର ବେପାର  ଆଜି କରିବାକୁ । ହେଲେ ସକାଳୁ ସକାଳୁ ମାଛ...

ଚାଲି ଚାଲି ଯାଉଥିଲେ, ଯୁବକଙ୍କୁ ପିଟି ଦେଇ ଚାଲିଗଲା ଅଜଣା ଗାଡ଼ି

ବସ୍ତା,୧୭।୧୧(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅର୍ନ୍ତଗତ ୬୦ ନଂ ଜାତୀୟ ରାଜପଥର ଇନ୍ଦିରା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ...

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଭବାନୀପାଟଣା ସଦର ବିଧାୟକ

ଥୁଆମୂଳ ରାମପୁର,୧୭।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଜିଲାର...

ଥରାଇବ ଜାଡ, ୨୦ ଡିଗ୍ରୀ ତଳେ ୩୦ ସହର

ଭୁବନେଶ୍ୱର,୧୭ା୧୧(ଅନୁରାଧା ମହାରଣା): ଗତ ୨ଦିନ ହେବ ପାରଦ ତଳମୁହଁା ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇଛି। ଶନିବାର ପାରଳାଖେମୁଣ୍ଡିରେ...

ଡିଜିଟାଲ ଯୁଗରେ ମଧ୍ୟ ପୁସ୍ତକର ବିକଳ୍ପ ନାହିଁ: ଜିଲାପାଳ

ଭଦ୍ରକ,୧୭।୧୧(ସନାତନ ରାଉତ): ଡିଜିଟାଲ ଯୁଗରେ ମଧ୍ୟ ପୁସ୍ତକର ବିକଳ୍ପ କିଛି ନାହିଁ ବୋଲି ଭଦ୍ରକ ଜିଲାପାଳ ଦିଲୀପ ରାଉତରାଏ କହିଛନ୍ତି। ଭଦ୍ରକ ସହର ମନମୋହନ ସଙ୍ଗୀତ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri