ପାଣ୍ଡିଆନ କହିଲେ ଭିତିରି କଥା! ମେଣ୍ଟ ପାଇଁ ଭାଜପା-ବିଜେଡି ମଧ୍ୟରେ କୌଣସି ବୈଠକ ହୋଇ ନ ଥିଲା, କେବଳ ଦୁଇ ଜଣ ନେତା…

ଭୁବନେଶ୍ୱର,୨୧।୫: ଓଡ଼ିଶାରେ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପା ପରସ୍ପରକୁ କଟାକ୍ଷ କରୁଥିବା ଦେଖିବାକୁ ମିଳୁଛି। ହେଲେ ନିର୍ବାଚନ ପୂର୍ବରୁ ସ୍ଥିତି ଭିନ୍ନ ରହିଥିଲା। କାରଣ ଉଭୟ ଦଳ ରାଜ୍ୟରେ ମେଣ୍ଟ ସରକାର ଗଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଏବେ ଏହାର ସମ୍ଭାବନା ନ ଥିଲେ ହେଁ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍‌ ଏନେଇ ବଡ଼ ବୟାନ ଦେଇଛନ୍ତି।

ଜାତୀୟ ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇକୁ ସାକ୍ଷାତକାର ଦେଇ ପାଣ୍ଡିଆନ କହିଛନ୍ତି, ମେଣ୍ଟ ନେଇ ଭାଜପା ଏବଂ ବିଜେଡି ମଧ୍ୟରେ କୌଣସି ବୈଠକ ହୋଇ ନ ଥିଲା। ଏକ ବଡ଼ କାରଣ ପାଇଁ ଏକାଠି ହେବାକୁ ଚାହୁଁଥିବା ଦୁଇ ନେତାଙ୍କ ମଧ୍ୟରେ ଥିଲା। ହେଲେ ରାଜ୍ୟ ଭାଜପାର ନେତାମାନେ ଏହାକୁ ଗ୍ରହଣ କରି ନ ଥିଲେ। ସେମାନେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛନ୍ତି ବୋଲି ଭାବିଥିଲେ। ଏଭଳି ଭାବେ ମେଣ୍ଟ ହେବା ସମ୍ଭବ ହୋଇପାରି ନ ଥିଲା। କିନ୍ତୁ ଉଭୟ ନେତାଙ୍କର ଏନେଇ ଉତ୍ତମ ଧାରଣା ଥିଲା, ଏକ ବୃହତ କାରଣ ପାଇଁ ଏକାଠି ହେବାକୁ ସେମାନେ ଚାହୁଁଥିଲେ ବୋଲି ସେ କହିଛନ୍ତି। ହେଲେ ସେହି ନେତା କିଏ କେଉଁ କେଉଁ ବିଷୟରେ ଆଲୋଚନା ହୋଇଥିଲା ସେନେଇ କହିବାକୁ ପାଣ୍ଡିଆନ କିଛି ଜାଣି ନ ଥିବା କହିଛନ୍ତି।

Share