ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ ଏସ୍‌ଏମ୍‌ଏସ୍‌ ଓ ଓ୍ବେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରି ପରୀକ୍ଷାଫଳ ଜାଣୁଥିଲେ। ଏବେ ଆଉ ଏକ ନୂତନ ମାଧ୍ୟମ ପ୍ରଥମଥର ପାଇଁ ଯୋଡ଼ି ହେବାକୁ ଯାଉଛି। ହ୍ବାଟ୍ସଆପ୍‌ର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଏହାକୁ ପରୀକ୍ଷାଫଳ ଜାଣିବାର ମାଧ୍ୟମ ରୂପେ ଉପଯୋଗ କରିବାକୁ ପ୍ରକ୍ରିୟା ଚାଲିଛି। ଏଥିପାଇଁ ଭୁବନେଶ୍ୱରସ୍ଥିତ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ୍‌) ସହ ବୈଷୟିକ ସହାୟତା ନିମନ୍ତେ ଯୋଗାଯୋଗ ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଏଥର ପରୀକ୍ଷାଫଳ ପ୍ରକାଶ ପାଇବା ସହିତ ପ୍ରଥମଥର ଅନ୍‌ଲାଇନ୍‌ ଜରିଆରେ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ପରୀକ୍ଷାର୍ଥୀମାନେ ନିଜେ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ୍‌ କରିପାରିବେ।

Share