ମଙ୍ଗଳବାରଠୁ ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ: ଏହି ସବୁ ଜିଲା ଦେଇ ଯିବ

ଭୁବନେଶ୍ୱର,୧୧।୩: ମଙ୍ଗଳବାର ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ। ସେଥିମଧ୍ୟରୁ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାରେ ଚାଲିବ। ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ବିଶାଖାପଟନମ ପର୍ଯ୍ୟନ୍ତ ଚାଲିବ। ଖୋର୍ଦ୍ଧା,ବାଲୁଗାଁ ଓ ବ୍ରହ୍ମପୁର ଦେଇ ଏହା ବିଶାଖପଟନମ ଯିବ। ସପ୍ତାହକୁ ୬ ଦିନ ଚାଲିବା ବେଳେ କେବଳ ଶନିବାର ଏହା ଯାତ୍ରା କରିବ ନାହିଁ।

ଗତ ବର୍ଷ ମେ’ରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିଥିଲା। ଏହା ପୁରୀରୁ ହାୱଡା ମଧ୍ୟରେ ଚଳାଚଳ କରୁଛି। ସେହିପରି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଗତ ବର୍ଷ ସେପ୍ଟେମ୍ବରରେ ଚାଲିଥିଲା।

Share