ଭୁବନେଶ୍ବର,୨୪।୪(ବ୍ୟୁରୋ): ୨୦୨୩-୩୩ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ଓଡ଼ିଶା ପ୍ରାୟୋଜକ ରହିବ । ଏନେଇ ସୋମବାର ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୨୦୧୮ରେ ଓ ଉଭୟ ଜାତୀୟ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ରହିଥିଲା ବେଳେ ୨୦୨୩ରେ ଏହି ପ୍ରାୟୋଜକ ଅବଧି ଶେଷ ହେଉଥିଲା । ଏହି ପ୍ରାୟୋଜକ ହେବା ନିମନ୍ତେ ଓ ଖଣି ନିଗମ(ଓଏମସି) ପକ୍ଷରୁ ରାଜ୍ୟ ସରକାରଙ୍କ ଅନୁମତି ଲୋଡିଥିଲା । ଯାହାକୁ ରାଜ୍ୟ କ୍ୟାବିନେଟ ଆଜି ମଞ୍ଜୁରୀ ଦେଇଛନ୍ତି।