ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୯, ୨୦୨୧ )

ନେତାଜୀ ଜୟନ୍ତୀ ପୂର୍ବରୁ କଟକ ଦରଘାବଜ଼ାର ପୁରୁଣା ଜେଲ ରୋଡରୁ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ସ୍ଥଳ ଓ ସଂଗ୍ରହାଳୟକୁ ଯିବା ରାସ୍ତାର ପାର୍ଶ୍ୱ ପ୍ରାଚୀର ଏବଂ ତୋରଣକୁ ନୂଆ ରୂପ ଦେଉଛନ୍ତି ଶିଳ୍ପୀ

 

ଜାତୀୟ ସଡ଼କ ସୁରକ୍ଷା ସଚେତନତା ମାସ ଅବସରରେ କଟକ ବାଦାମବାଡ଼ି ଛକରେ ହେଲମେଟ ପିନ୍ଧାଇ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରୁଛନ୍ତି ଟ୍ରାଫିକ ପୋଲିସ ଅଧିକାରୀ

ଶପଥ ଗ୍ରହଣ ପୂର୍ବରୁ ଆମେରିକାର ନବ ନିର୍ବାଚିତ ପ୍ରେସିଡେଣ୍ଟ ଜୋ ବାଇଡେନଙ୍କୁ  ନିଜ କଳାକୃତି ଦ୍ୱାରା ଅଭିବାଦନ ଜଣାଇଛନ୍ତି ମିନେଚର ଆର୍ଟିଷ୍ଟ ଏଲ. ଈଶ୍ୱର ରାଓ

 

ଜାତୀୟ ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ଅବସରରେ ଟ୍ରାଫିକ ନିୟମ ସମ୍ପର୍କିତ ଜନ ସଚେତନତା ଲାଗି କଟକ ବାଦାମବାଡ଼ି ଛକରୁ ଟ୍ରାଫିକ ପୋଲିସଙ୍କ ପଦଯାତ୍ରା

 

ଭୁବନେଶ୍ୱରରେ ଆସି ପହଞ୍ଚିଛି ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଭାକ୍ସିନ