Categories: ଜାତୀୟ

ସେଙ୍ଗୋଲ ବିଷୟରେ ଚିନ୍ତା କରି ସିଗନାଲ ବିଷୟରେ ଭୁଲିଗଲେ: ଭାଜପାକୁ ଟାର୍ଗେଟ କରି ଏଭଳି କହିଲେ ଡିଏମକେ ନେତା

ନୂଆଦିଲ୍ଲୀ,୫।୬: ଓଡିଶା ଟ୍ରେନ ଦୁର୍ଘଟଣାକୁ ନୂଆ ସଂସଦର ଉଦ୍‌ଘାଟନ ସହ ଯୋଡି ଡିଏମକେ ନେତା ଭାଜପାକୁ ଟାର୍ଗେଟ କରିଛନ୍ତି। ଡିଏମକେ ମୁଖପାତ୍ର ସାଇଦାଇ ସାଦିକ ସୋମବାର ରେଳ ଟ୍ରାକ୍‌ରେ ପଡ଼ିଥିବା ମୃତଦେହ ଗୁଡିକର ଏକ ଗ୍ରାଫିକ ଫଟୋ ଶେୟାର କରି ଟୁଇଟ୍‌ କରି କହିଛନ୍ତି, ଭାଜପା ସେଙ୍ଗୋଲ ବିଷୟରେ ଚିନ୍ତା କରି ସିଗନାଲ ବିଷୟରେ ଭୁଲି ଯାଇଯାଇଛି। ଟୁଇଟ କରି ଡିଏମକେ ମୁଖପାତ୍ର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ରାଜ୍ୟ ଶିକ୍ଷା ମନ୍ତ୍ରୀ ଅନାବିଲ ମହେଶ, ଚିକିତ୍ସା ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ସୁବ୍ରମଣ୍ୟନ, ବିଧାୟକ ଉଦୟାନିଧି ଷ୍ଟାଲିନଙ୍କୁ ଟ୍ୟାଗ କରିଛନ୍ତି। ତାଙ୍କ ପୋଷ୍ଟ ପରେ ବିବାଦ ଉପୁଜିଛି।

Share