Categories: ଜାତୀୟ

ଓଡ଼ିଶା ଟ୍ରେନ ଦୁର୍ଘଟଣାର ଉଚ୍ଚସ୍ତରୀୟ ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩।୬: ଓଡ଼ିଶାର ବାଲେଶ୍ୱରରେ ଶୁକ୍ରବାର ସନ୍ଧ୍ୟାରେ ଏକ ବଡ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି। ଶନିବାର ସକାଳ ପର୍ଯ୍ୟନ୍ତ ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଘଟଣାସ୍ଥଳରେ ପହଞ୍ଚିି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣା ବଗିଗୁଡିକର ସ୍ଥିତି ଦେଖିଥିଲେ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ଅଧିକାରୀଙ୍କୁ ଭେଟିଥିଲେ ମଧ୍ୟ ପ୍ରଶ୍ନରୁ ଦୂରେଇ ଯାଉଥିବାର ଦେଖାଯାଇଥିଲା।
ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିବାବେଳେ ସେ ଅଧିକାଂଶ ପ୍ରଶ୍ନର ଉତ୍ତର ଦେବାକୁ ଏଡ଼ାଇଥିବାର ନଜର ଆସିଥିଲେ। ଅନେକ ପ୍ରଶ୍ନର ଉତ୍ତରରେ ସେ କେବଳ କହିଥିଲେ ଯେ ସେ ଦେଖିବେ, ତାଙ୍କ ଅଧିକାରୀମାନେ ଏହି ଘଟଣାର ତଦନ୍ତ କରୁଛନ୍ତି। ସେ ତାଙ୍କ ଇସ୍ତଫା ପ୍ରଶ୍ନ ଉପରେ ନୀରବ ରହିଥିବାବେଳେ ଏହି ଦୁର୍ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Share