ଓ୍ବାଶିଂଟନ,୪।୬: ଭାରତରେ ହୋଇଥିବା ଏକ ବଡ ଧରଣ ରେଳ ଦୁର୍ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ଦୁଃଖଦ ରେଳ ଦୁର୍ଘଟଣାରେ ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନ ଦୁଃଖ ପ୍ରକାଶ କରିଛନ୍ତି। ଆହତ ଓ ମୃତକଙ୍କ ପରିବାର ପ୍ରତି ଆମର ସମବେଦନା ରହିଛି। ଏବେ ଭାରତ-ଆମେରିକା ଏକ ଦୃଢ ସମ୍ପର୍କ ଦେଇ ଗତି କରୁଛନ୍ତି। ଭାରତର ସବୁ ପରିସ୍ଥିତିରେ ଆମେରିକା ତା’ସହ ରହିଛି ବୋଲି ବାଇଡେନ କହିଛନ୍ତି।
ସୂଚନାଯୋଗ୍ୟ, ବାଲେଶ୍ୱରରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ସାରା ବିଶ୍ୱ ଶୋକ ପ୍ରକାଶ କରିଛନ୍ତି। ଏମିତି ଏକ ବଡ ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୯୦୦ରୁ ଅଧିକ ଆହତ ହୋଇଛି।