Categories: ଖେଳ

ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ କୋହଲି

ନୂଆଦିଲ୍ଲୀ,୩।୬: ଶୁକ୍ରବାର ଓଡ଼ିଶାର ବାଲେଶ୍ୱରଠାରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାକୁ ନେଇ ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲି ଦୁଃଖ ପ୍ରକାଶ କରିଛନ୍ତି। କୋହଲି ଟୁଇଟରରେ ଲେଖିଛନ୍ତି, ଓଡିଶାରେ ଘଟିଥିବା ଯନ୍ତ୍ରଣାଦାୟକ ଟ୍ରେନ ଦୁର୍ଘଟଣା ବିଷୟରେ ଶୁଣି ଦୁଃଖିତ। ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପାଇଁ ମୁଁ ପ୍ରାର୍ଥନା କରୁଛି ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି।

ସୂଚନାଯୋଗ୍ୟ, କୋହଲି ବର୍ତ୍ତମାନ ଇଂଲଣ୍ଡରେ ଅଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ପାଇଁ ସେ ଦଳର ଏକ ଅଂଶ।

Share