କୋଣାର୍କରେ ଓଡ଼ିଶା ଟ୍ରାଭେଲ୍‌‌ ବଜାର ୨୦୨୪ ଉଦ୍‌‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ,୭।୨: ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘର ମିଳିତ ସହଯୋଗରେ ଆଜିଠାରୁ କୋଣାର୍କଠାରେ ଓଡ଼ିଶା ଟ୍ରାଭେଲ୍‌‌ ବଜାର ୨୦୨୩-୨୪ର ପଞ୍ଚମ ସଂସ୍କରଣ ଆରମ୍ଭ ହୋଇଛି । ଏହାକୁ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌‌ଘାଟନ କରିଛନ୍ତି ।

ଏହି ତିନିଦିନିଆ ପ୍ରଦର୍ଶନୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ୧୮ଟି ରାଜ୍ୟରୁ ପ୍ରାୟ ୭୦ ଡୋମେଷ୍ଟିକ୍‌‌ ଟୁର୍‌‌ ଅପରେଟର ଏବଂ ୧୬ଟି ଦେଶରୁ ୬୦ ଫରେନ୍‌‌ ଟୁର୍‌‌ ଅପରେଟର ଅଂଶଗ୍ରହଣ କରୁଛନ୍ତି। ଏହି ପ୍ରଦର୍ଶନୀ ଅବସରରେ ବିଭିନ୍ନ ପ୍ରକାର ଚୁକ୍ତିନାମା ହେବା ସହ ନିବେଶକ ଓ ଏୟାରଲାଇନ୍‌‌ ଅପରେଟରମାନଙ୍କ ମଧ୍ୟରେ ‘ବି ଟୁ ବି’ ବୈଠକ ଆରମ୍ଭ ହୋଇଛି।

Share