ଇଡି,ସିବିଆଇ ଭୟରେ ବିଜେଡି ବିରୋଧୀ ଦଳ ଭୂମିକା ତୁଲାଇପାରିବ ନାହିଁ: ତାରା

ଭୁବନେଶ୍ୱର,୧୪ା୬-ଆଗାମୀ ଦିନରେ କଂଗ୍ରେସ ବିରୋଧୀ ଦଳ କାମ କରିବ । କାରଣ ଇଡି, ସିବିଆଇ ଭୟରେ ବିଜେଡି ବିରୋଧୀ ଦଳ ଭୂମିକା ତୁଲାଇ ପାରିବ ନାହିଁ । କଂଗ୍ରେସ ହିଁ ଆସନ୍ତା ୫ ବର୍ଷ ପାଇଁ ବିରୋଧୀ ଦଳ ଭୂମିକା ତୁଲାଇବ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ।

ଶୁକ୍ରବାର ଗଣମାଧ୍ୟମକୁ ତାରା କହିଛନ୍ତି ଯେ ୨୦୨୪ ନିର୍ବାଚନରେ ଭାଜପା ସରକାର ଗଢ଼ିଛି । ୨୪ ବର୍ଷ ଧରି ଶାସନ ଗାଦିରେ ବସିଥିବା ବିଜେଡି ମୁଖ୍ୟ ବିରୋଧୀ ଦଳ ହୋଇଛି । କିନ୍ତୁ କଂଗ୍ରେସ ରାଜ୍ୟରେ ୧ ନମ୍ବର ଦଳ ହେବ।

ଏଠାରେ ସୂଚନାଯୋଗ୍ୟ, କୋରାପୁଟ ପରେ ଜୟପୁର ବିଧାନସଭା ଆସନରୁ ତାରା ଲଗାତର ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ଓ ଭାଜପା ହାଓ୍ବା ସତ୍ତ୍ୱେ ସେ କଂଗ୍ରେସ ଟିକେଟରେ ପୁଣି ବିଜୟୀ ହୋଇଛନ୍ତି। ତାଙ୍କୁ ବିଧାୟକ ଦଳ ନେତା ଆସନ ମିଳିବା ନେଇ ଚର୍ଚ୍ଚା ହେଉଛି।

Share