୧୩ରେ ଭୁବନେଶ୍ୱର ୟୁନିଟ-୧ ହାଟ ବନ୍ଦ

ଭୁବନେଶ୍ୱର, ୧୧।୯(ବ୍ୟୁରୋ): ନିଟ୍‌ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଆସନ୍ତା ୧୩ ତାରିଖରେ ୟୁନିଟ-୧ ହାଟକୁ ୬ ଘଣ୍ଟା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛି। ଦିନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହାଟ ଭିତର ଓ ବାହାର ସମସ୍ତ ଦୋକାନବଜାର ବନ୍ଦ ରହିବ।
ବିଏମ୍‌ସି ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ୟୁନିଟ -୧ ମଦର୍ସ ପବ୍ଲିକ ସ୍କୁଲରେ ନିଟ୍‌ ପରୀକ୍ଷା କେନ୍ଦ୍ର ହୋଇଥିବାରୁ କରୋନା ସଂକ୍ରମଣକୁ ରୋକିବା ଓ ଜନଗହଳିକୁ ଏଡ଼ାଇବା ନିମନ୍ତେ ବିଏମ୍‌ସି ପକ୍ଷରୁ ୟୁନିଟ-୧ ହାଟର ହୋଲସେଲ୍‌ ଓ ରିଟେଲ ଦୋକାନକୁ ୧୩ ତାରିଖ ପୂର୍ବାହ୍ନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବନ୍ଦକରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

Share