ଭୁବନେଶ୍ୱର,୧୮।୫(ବ୍ୟୁରୋ): ୨୦୧୯ ନିର୍ବାଚନ ଫଳାଫଳ ଆସିବାକୁ ଆଉ ଅଳ୍ପ ଦିନ ବାକି ରହିଥିବାବେଳେ ଶନିବାର ଔପଚାରିକ ଭାବେ ରାଜ୍ୟ ବିଧାନସଭା ଭଙ୍ଗ ହେବ। ଏଥିସହ ରାଜ୍ୟ କ୍ୟାବିନେଟ୍ର ବୈଠକ ବସିବ। ବୈଠକରେ ପଞ୍ଚଦଶ ବିଧାନସଭା ଭଙ୍ଗ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ସୁପାରିସ କରାଯିବାର ପ୍ରସ୍ତାବ ରହିଛି। ଏହାଛଡ଼ା ବାତ୍ୟା ‘ଫନୀ’ ବିପନ୍ନଙ୍କୁ ସହାୟତା ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହେବ।
ପ୍ରକାଶଯୋଗ୍ୟ, କେବଳ ପାଟକୁରାକୁ ଛାଡ଼ି ଦେଲେ ରାଜ୍ୟରେ ୧୪୬ ବିଧାନସଭା ଓ ୨୧ ଲୋକ ସଭା ଆସନ ଲାଗି ଭୋଟଗ୍ରହଣ ଶେଷ ହୋଇଛି। ଆସନ୍ତା ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟରେ ନୂଆ ସରକାର ଗଠନ ହେବ।