ବିଜୟ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ୱର ଫେରିଲେ

ଭୁବନେଶ୍ୱର,୪।୫: କଂଗ୍ରେସର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ବିଜୟ ପଟ୍ଟନାୟକ ଅସୁସ୍ଥ। ପ୍ରଚଣ୍ଡ ଖରାରେ ପ୍ରଚାର କରିବା ଯୋଗୁ ତାଙ୍କୁ ଅଂଶୁଘାତ ହୋଇଯାଇଥିଲା। ଏଥିସହ ତାଙ୍କର ୟୁରିନ ଇନ୍‌ଫେକ୍ସନ ହୋଇଛି। ତେଣୁ ପ୍ରଚାର କାର୍ଯ୍ୟ ଛାଡ଼ି ଚିକିତ୍ସିତ ହେବାକୁ ତଥା ବିଶ୍ରାମ ନେବାକୁ ଭୁବନେଶ୍ୱର ଫେରି ଆସିଥିବା ନେଇ ବିଜୟ ଏକ୍ସ(ପୂର୍ବରୁ ଟୁଇଟର) ଯୋଗେ ସୂଚନା ଦେଇଛନ୍ତି।

ଏକ ଭିଡିଓ ପୋଷ୍ଟ କରି ବିଜୟ ଲେଖିଛନ୍ତି, ସେଅଂଶୁଘାତ ଓ ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ ଯୋଗୁ ଚିକିତ୍ସିତ ହେବାକୁ ଓ ବିଶ୍ରାମ ନେବାକୁ ବାଧ୍ୟ ହୋଇ ଭୁବନେଶ୍ୱର ଫେରି ଆସିଛନ୍ତି। ତେବେ ଏହା ସାମୟିକ। ସେ ପ୍ରଚାରକୁ ଫେରିବା ପାଇଁ ଲକ୍ଷ୍ୟ ରଖିଥିବା ଯୋଗୁ ଲୋକଙ୍କ ପ୍ରାର୍ଥନା ଓ ସହଯୋଗ ଗୁରୁତ୍ୱପୂର୍ଣ୍ଣ। ଏହାଛଡ଼ା ଭିଡିଓରେ ପାରଳାଖେମୁଣ୍ଡି ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଖରା ଯୋଗୁ ମୋତେ ଜ୍ୱର ହୋଇଯାଇଛି। ସେଥିପାଇଁ ମୁଁ ଚିକିତ୍ସିତ ହେଉଛି। ଖୁବ୍‌ଶୀଘ୍ର ଭଲ ହୋଇଯିବି। ଆପଣମାନଙ୍କ ଗହଣକୁ ପୁଣି ଥରେ ଫେରିଯିବି। ଆପଣଙ୍କ ସହିତ ରହିବି ଓ ଆପଣମାନଙ୍କ ସହିତ ଲଢ଼ିବି। ଏ ଲଢ଼େେଇ ହେଉଛି ନ୍ୟାୟର ଲଢେଇ। ଏ ଲଢେଇ ଟଙ୍କାର ଲଢେଇ ନୁହେଁ ବୋଲି ସେ କହିଛନ୍ତି।

Share