ଶର୍ଟସର୍କିଟ ଅଗ୍ନିକାଣ୍ଡ ମୃତ୍ୟୁରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୨ା୯(ବ୍ୟୁରୋ): ବିଦ୍ୟୁତ୍‌ ଶର୍ଟ ସର୍କିଟ ଅଗ୍ନିକାଣ୍ଡରେ ଓଡ଼ିଶାରେ ସବୁଠୁ ଅଧିକ ଜୀବନ ଯାଇଛି। ମୋଟ ୨୭୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏଥିମଧ୍ୟରୁ ୨୬୫ଜଣ ପୁରୁଷ ଓ ୧୪ଜଣ ମହିଳା ରହିଛନ୍ତି। ତେବେ ପୂର୍ବ ଦୁଇବର୍ଷଠାରୁ ଏହା ୨୩ଗୁଣ ଅଧିକ। ଅର୍ଥାତ୍‌ ୨୦୧୭ରେ ୧୧ଜଣ ଓ ୨୦୧୮ରେ ମାତ୍ର ୧୨ଜଣ ମରିଥିଲେ। ସଦ୍ୟ ପ୍ରକାଶିତ ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ -୨୦୧୯ରୁ ଏହା ଜଣାପଡିଛି। ଓଡ଼ିଶା ତଳକୁ ରହିଥିବା ଉତ୍ତର ପ୍ରଦେଶରେ ୨୨୪ଟି ଶର୍ଟ ସର୍କିଟ ଅଗ୍ନିକାଣ୍ଡ ଘଟି ୧୮୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୮ଜଣ ଆହତ ହୋଇଛନ୍ତି। ଶର୍ଟ ସର୍କିଟ ଅଗ୍ନିକାଣ୍ଡ ମୃତ୍ୟୁରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଥିବାବେଳେ ଏହା ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସେହିପର ଆକସ୍ମିକ ଅଗ୍ନିକାଣ୍ଡଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। ଉକ୍ତ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୯୭୦ ଆକସ୍ମିକ ଅଗ୍ନିକାଣ୍ଡ ଘଟି ମୋଟ ୯୭୧ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁ ସଂଖ୍ୟାରେ କେରଳ ଓ ମଧ୍ୟପ୍ରଦେଶ ପ୍ରଥମ ଓ ଦ୍ୱିତୀୟରେ ରହିଥିଲେ ମଧ୍ୟ ଓଡ଼ିଶାରେ ଅଧିକ ପୁରୁଷ ମରିଛନ୍ତି।
ଅନ୍ୟପକ୍ଷରେ ପ୍ରାକୃତିକ ଦୁର୍ବିପାକପ୍ରବଣ ରାଜ୍ୟ ହେଉଛି ଓଡ଼ିଶା। ୨୦୧୮ରେ ବିଭିନ୍ନ ପ୍ରାକୃତିକ ଦୁର୍ବିପାକରେ ମୋଟ ୧୧୯୬ ମୃତ୍ୟୁ ଘଟିଥିବାବେଳେ ୨୦୧୯ରେ ଏହି ସଂଖ୍ୟା ୧୪୬୬କୁ ବୃଦ୍ଧି ପାଇଛି। ତେବେ ୨୦୧୮ରେ ବ୍ରଜପାତରେ ୨୯୯ ଜଣଙ୍କ ଜୀବନ ଯାଇଥିଲା, କିନ୍ତୁ ୨୦୧୯ରେ ବଜ୍ରପାତଜନିତ ମୃତ୍ୟୁ ୨୭୧କୁ ଖସି ଆସିଛି। ସେପଟେ ରାଜ୍ୟରେ ବିଷାକ୍ତ ସାପ କାମୁଡ଼ା ମୃତ୍ୟୁ କ୍ରମାଗତ ବୃଦ୍ଧି ଘଟିଛି। ୨୦୧୯ରେ ରାଜ୍ୟରେ ୮୦୧ ପୁରୁଷ ଏବଂ ୨୪୬ଜଣ ମହିଳାଙ୍କୁ ମିଶାଇ ମୋଟ ୧୦୪୭ଜଣ ବିଷାକ୍ତ ସାପ କାମୁଡାରେ ପ୍ରାଣ ହରାଇଛନ୍ତି। କିନ୍ତୁ ୨୦୧୭ରେ ଏହି ମୃତ୍ୟୁ ସଂଖ୍ୟା ୮୪୪ ରହିଥିବାବେଳେ ୨୦୧୮ରେ ୯୭୩କୁ ବଢ଼ିଥିଲା। ସେହିପରି ୨୦୧୯ରେ ସରୀସୃପ ଜାତୀୟ ପ୍ରାଣୀଙ୍କ କାମୁଡାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ପ୍ରାଣୀଙ୍କ ଆକ୍ରମଣରେ ୧୧୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଅଜଣାତରେ ବିଷାକ୍ତ କୀଟ ଖାଇବା ଫଳରେ ୧୦୬ ଜଣଙ୍କର ମୃତ୍ୟୁ ଘଟିଥିବା ଉକ୍ତ ରିପୋର୍ଟରୁ ଜଣାପଡିଛି। ପାଣିରେ ବୁଡ଼ିଯିବା ଘଟଣାରେ ମୃତ୍ୟୁ ସଂଖ୍ୟା ପୂର୍ବବର୍ଷ ଅପେକ୍ଷା କମିଛି। ୨୦୧୮ରେ ମୋଟ ୧୨୭୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୧୯ରେ ଏହି ସଂଖ୍ୟା ୧୨୩୪କୁ ଖସି ଆସିଛି। ଡଙ୍ଗା ବୁଡି ଘଟଣା ହ୍ରାସ ପାଇଥିଲେ ମଧ୍ୟ ଅନ୍ୟଭାବେ ପାଣିରେ ବୁଡି ୨୦୧୮ରେ ୩୭୩ଜଣ ଓ ୨୦୧୯ରେ ୪୪୩ଜଣଙ୍କ ମୃତ୍ୟୁ ଘଟିଛି।
ସବୁଠୁ ବଡ଼ କଥା ହେଲା, ଓଡ଼ିଶାରେ ୨୦୧୮ରେ କେହି ଚାଷୀ ଆତ୍ମହତ୍ୟା କରି ନ ଥିବା ନେଇ ଏନ୍‌ସିଆର୍‌ବି ରିପୋର୍ଟ ଦେଇଛି। କିନ୍ତୁ ସେତେବେଳେ ଖୋଦ୍‌ ମନ୍ତ୍ରୀ ନିଜେ ବିଧାନସଭାରେ ଚାଷୀ ଆତ୍ମହତ୍ୟା କରିଥିବା ସ୍ବୀକାର କରିଥିଲେ। ସେହିଭଳି ବିରୋଧୀଦଳ ମଧ୍ୟ ସରକାର ଜାଣିଶୁଣି ତଥ୍ୟ ଦେଉ ନ ଥିବା ଅଭିଯୋଗ କରି ବିଧାନସଭାରେ ହଟ୍ଟଗୋଳ କରିଥିଲେ। କିନ୍ତୁ ଏବେ ପୁଣି ୨୦୧୯ ଏନ୍‌ସିଆରବି ରିପୋର୍ଟରେ ଜଣେ ହେଲେ ବି ଚାଷୀ ଆତ୍ମହତ୍ୟା କରି ନ ଥିବା ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫସଲ କ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତାକାଲି ସୁଦ୍ଧା ଆବେଦନ ନ କଲେ…

ଭୁବନେଶ୍ୱର,୨୮ା୧୨: ଫସଲ କ୍ଷତି ନେଇ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ବଡ଼ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ...

ନୂଆବର୍ଷରେ ପୁରୀ ଆସିବାର ଥିଲେ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା, କେଉଁ ବାଟରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୮ା୧୨: ଡିସେମ୍ବର ୩୧ରୁ ନୂଆବର୍ଷ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେବ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ କଟକଣା ଜାରି କରାଯାଇଛି।...

ବର୍ଷା କ୍ଷୟକ୍ଷତି ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ: କ’ଣ ଆସିବ ନିଷ୍ପତ୍ତି

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷାରେ ଚାଷ କ୍ଷୟକ୍ଷତି ଆକଳନ ବୈଠକ ଆରମ୍ଭ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି। ରାଜସ୍ବ, କୃଷି...

ଥରିଲା ମୋହନା, ହଠାତ୍‌ ଜୋର୍‌ରେ ଶବ୍ଦ ହେବାରୁ…

ଗଜପତି,୨୮ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ମୋହନାରେ ଶନିବାର ଅପରାହ୍ନରେ କିଛି କ୍ଷଣ ପାଇଁ ଭୂକମ୍ପ ଅନୁଭୂତ ହୋଇଛି। ବର୍ଷା ପରେ ଭୂକମ୍ପ ଅନୁଭୂତ ହୋଇଥିବାରୁ ଲୋକମାନେ...

ରାଜ୍ୟରେ ବଢିବ କି ମଦ ଦର: ଜାଣନ୍ତୁ କ’ଣ କହିଲେ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର,୨୮।୧୨: ରାଜ୍ୟରେ ବଢିବ କି ମଦ ଦର? ମଦ ଦର ବୃଦ୍ଧି ନେଇ ଅବକାରୀ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଦର ବଢ଼ିବାକୁ ନେଇ ପ୍ରଶ୍ନ ଉଠିଛି।...

ଆଜି ଏସବୁ ଜିଲାକୁ ବର୍ଷା, ଆସନ୍ତାକାଲି ବି ବର୍ଷିବ

ଭୁବନେଶ୍ୱର,୨୮ା୧୨: ଶନିବାର ଓ ଆସନ୍ତାକାଲି ୨ ଦିନ ଧରି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ପଶ୍ଚିମା ଝଡ଼ ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର...

ଧାନର ଉଚିତ ମୂଲ୍ୟ, କଟ୍‌ନି ଛଟ୍‌ନି ବନ୍ଦ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ, ଦାବି ପୂରଣ ନ ହେଲେ ଆହୁରି…

କେସିଙ୍ଗା,୨୮ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଚାଷୀଙ୍କ ଅମଳ ଧାନର ଉଚିତ୍‌ ମୂଲ୍ୟ ପ୍ରଦାନ ଓ କଟ୍‌ନି ଛଟ୍‌ନ ବନ୍ଦ ବାବଦକୁ ନେଇ କେସିଙ୍ଗା...

ରାସ୍ତାକଡ଼ରେ ପଡ଼ିଛି ବହୁ ମୂଲ୍ୟବାନ ଔଷଧ , ସ୍ବାସ୍ଥ୍ୟ ବିଭାଗର ତଦନ୍ତ ଜାରି

ଦିଗପହଣ୍ଡି,୨୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ବିଜୟ ଆଦିକନ୍ଦପୁର – ତେଲିଆପଲ୍ଲୀ ଗ୍ରାମ ନିକଟ ରାସ୍ତାକଡରେ ପଡ଼ିଥିବା ବହୁସଂଖ୍ୟକ ମୂଲ୍ୟବାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri