‘ଦୁଇ ବର୍ଷରେ ମାଓବାଦୀ ମୁକ୍ତ ହେବ ଓଡ଼ିଶା’

ଭୁବନେଶ୍ୱର,୫।୩(ସତ୍ୟଜିତ୍‌ ରାଉତ):ମାଓବାଦୀଙ୍କ ବିରୋଧରେ ଦୃଢ଼ ଅଭିଯାନ ଜାରି ରହିଛି। ଏହି ଦିଗରେ ରାଜ୍ୟ ସରକାର ପୂର୍ଣ୍ଣ ସମର୍ଥନ ଦେଉଛନ୍ତି। ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡିଶା ମାଓବାଦୀ ମୁକ୍ତ ହେବ ବୋଲି ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଓଡ଼ିଶା ଡିଆଇଜି ଧୀରେନ୍ଦ୍ର କୁମାର କହିଛନ୍ତି। ଭୁବନେଶ୍ୱର ଗଜପତି ନଗରସ୍ଥିତ ରାଜ୍ୟ ମୁଖ୍ୟାଳୟରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଆଇଜି କହିଲେ, ପୂର୍ବରୁ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁରରେ ମାଓବାଦୀ ହିଂସା ଦେଖାଯାଉଥିଲା। ହେଲେ ଏବେ ଏସବୁ ଅଞ୍ଚଳରେ ମାଓବାଦୀ ହିଂସା ସମ୍ପୂର୍ଣ୍ଣ କମିଯାଇଛି। ବର୍ତ୍ତମାନ କେବଳ କନ୍ଧମାଳ, କଳାହାଣ୍ଡି, ବୌଦ୍ଧରେ ମାଓବାଦୀ ଚ୍ୟାଲେଞ୍ଜ୍‌ ରହିଛି। ନିକଟରେ କନ୍ଧମାଳରେ ବିଏସ୍‌ଏଫ୍‌ର ଦୁଇ ବାଟାଲିଅନ୍‌ ପହଞ୍ଚତ୍ ଅପରେଶନ୍‌ ଆରମ୍ଭ କରିଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡାରେ ମାଓବାଦୀଙ୍କ ବିରୋଧରେ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବେ କନ୍ଧମାଳ, କଳାହାଣ୍ଡି, ବୌଦ୍ଧରେ ମଧ୍ୟ ସେପରି ଅପରେଶନ ଜାରି ରହିବ। କନ୍ଧମାଳ ଓ ବୌଦ୍ଧର ଆନ୍ତଃଜିଲା ସୀମାରେଖା ବଡାପାଜୁଠାରେ ନୂଆ ସିଓବି ସ୍ଥାପନା କରାଯାଇଛି। ମାଓବାଦୀ ଗଡରେ ସଫଳତାର ସହ ଅପରେଶନ କରାଯାଇ ବଡାପାଜୁ ସିଓବି କ୍ୟାମ୍ପ କରାଯାଇଛି। ଆଗାମୀ ଦିନରେ ବୌଦ୍ଧରେ ମଧ୍ୟ ଆଉ ଏକ କ୍ୟାମ୍ପ୍‌ ସ୍ଥାପନ କରାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଉପାନ୍ତ ଅଞ୍ଚଳରେ ପହଞ୍ଚାଇବାକୁ ବିଏସ୍‌ଏଫ୍‌ ପକ୍ଷରୁ ପୂର୍ଣ୍ଣ ପ୍ରୟାସ ଜାରି ରହିଛି। ଉପାନ୍ତ ଅଞ୍ଚଳରେ ବାସିନ୍ଦାଙ୍କୁ ମୁଖ୍ୟସ୍ରୋତକୁ ଆଣିବା ସହ ରୋଜଗାର ଦେବା ଲକ୍ଷ୍ୟ ରହିଛି। ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସୀମା ପର୍ଯ୍ୟନ୍ତ ମଧ୍ୟ ସିଓବି ସ୍ଥାପନ ହୋଇଛି। ପୂର୍ବରୁ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନକୁ ବିଏସ୍‌ଏଫ୍‌ ଭଲ ଭାବେ ପରିଚାଳନା କରିଛି। ଆଗକୁ ଆସୁଥିବା ନିର୍ବାଚନକୁ ବିଏସ୍‌ଏଫ୍‌ ମୁକ୍ତ ଏବଂ ଅବାଧ କରିବା ଉପରେ ଗୁରୁତ୍ୱ ଦେବ ବୋଲି ଡିଆଇଜି କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଡିଆଇଜିଙ୍କ ସହ ଡିଆଇଜି (ପିଆର୍‌ଓ) କମାଣ୍ଡାଣ୍ଟ୍‌ ସୁମନ କୁମାର, ନବୀନ କୁମାର, ପି. ଡି. ଗୁପ୍ତା, ଡେପୁଟି କମାଣ୍ଡାଣ୍ଟ୍‌ ନରେନ୍ଦ୍ର କୁମାର ସିଂଙ୍କ ସହ ବିଏସ୍‌ଏଫ୍‌ର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’...

ଭରତପୁର ଥାନା ଭିତର ଭିଡିଓ ଭାଇରାଲ, ସେଦିନ ରାତିରେ ଘଟିଥିଲା ଏପରି…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାରେ ସେଦିନ ରାତିରେ ଘଟିଥିବା ଘଟଣାର କିଛି ଦୃଶ୍ୟ ଏବେ ଭାଇରାଲ ହେଉଛି। ପୋଲିସ ଓ ମେଜରଙ୍କ ବାନ୍ଧବୀଙ୍କ ମଧ୍ୟରେ ଚାଲିଥିବା କଥା...

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri