ଓଡ଼ିଶାରେ ଆଉ ମିଳିବନି ମଦ! ମନ୍ତ୍ରୀ ଦେଲେ ବଡ଼ ବୟାନ

ଭୁବନେଶ୍ୱର,୨୬।୬: ଓଡ଼ିଶା ହେବ ମଦମୁକ୍ତ। ରାଜ୍ୟକୁ ମଦମୁକ୍ତ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୟାନ ଦେଇଛନ୍ତି। ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ ହୋଇଛି। ଓଡିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି।

ତେବେ ଓଡ଼ିଶାକୁ ମଦ ଓ ନିଶା ମୁକ୍ତ କରିବାକୁ ଭାଜପା ସରକାର ଯୋଜନା କରୁଛନ୍ତି। ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା ହେବ। ଆଲୋଚନା ହୋଇ ପର୍ଯ୍ୟାୟକ୍ରମେ ପଦକ୍ଷେପ ନିଆଯିବ। ସୁସ୍ଥ ସମାଜ ଗଠନ ପାଇଁ ଏହା ବେଶ ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି ।

ପୂର୍ବରୁ ମଧ୍ୟ ବିହାର, ଗୁଜୁରାଟ, ମିଜୋରାମ, ନାଗାଲାଣ୍ଡ, ଏବଂ ଲାକ୍ଷାଦୀପରେ ବନ୍ଦ ବ୍ୟାନ କରାଯାଇଥିଲା। ଏହା ଦେଶର ମଦମୁକ୍ତ ରାଜ୍ୟ ପାଇଁ ପରିଚିତ। ଏଣିକି ଓଡ଼ିଶା ମଧ୍ୟ ଏହି ତାଲିକାରେ ସାମିଲ ହେବାକୁ ଯାଉଛି।

Share