ଓଡ଼ିଶା ହେବ ଗେରୁଆମୟ, ଏମିତି କାହିଁକି କହିଲେ ଶାହା

ରାଉରକେଲା,୧୭।୫: ରାଉରକେଲାରୁ ଦମ୍ଭୋକ୍ତି ଦେଖାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । କହିଲେ, ଓଡିଶା ହେବ ଗେରୁଆମୟ। ରାଜ୍ୟରେ ଭାଜପା ୧୫ ଲୋକ ସଭା ଆସନ ସହ ୭୫ ବିଧାନସଭା ଆସନ ଜିତିବ। ଏଥର ଓଡିଶାରେ ଭାଜପା ସରକାର ସହିତ କେନ୍ଦ୍ରରେ ମଧ୍ୟ ବିଜେପି ସରକାର ଗଢିବ ବୋଲି କହିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା ।

ରାଉରକେଲାରେ ଜନସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି, ନିର୍ବାଚନର ଏପର୍ଯ୍ୟନ୍ତ ଯେଉଁ ୪ଟି ପର୍ଯ୍ୟାୟ ଶେଷ ହେଇଛି, ସେଥିରେ ମୋଦି ୨୭୦ ସିଟ ପାର୍‌ କରି ୪୦୦ ସିଟ ଅଭିମୁଖେ ବଢୁଛନ୍ତି । ଏଥର ଓଡିଶାରେ ମଧ୍ୟ ପଦ୍ମ ଫୁଲର ସରକାର ହେବ । ଓଡିଶାରେ ଡବଲ ପରିବର୍ତ୍ତନ ହେବାକୁ ଯାଉଛି । ଲୋକ ସଭାରେ ୧୫ରୁ ଅଧିକ ଏମପି ଏବଂ ୭୫ରୁ ଅଧିକ ବିଧାୟକ ସହିତ ଓଡିଶା ଗେରୁଆ ରଙ୍ଗରେ ରଙ୍ଗୀନ ହେବାକୁ ଯାଉଛି ବୋଲି ଶାହା କହିଛନ୍ତି ।