ଭୁବନେଶ୍ବର,୪।୩(ବ୍ୟୁରୋ): ପିଆଜ ଉତ୍ପାଦନରେ ଓଡ଼ିଶା ଖୁବଶୀଘ୍ର ଆତ୍ମନିର୍ଭରଶୀଳ ହେବାକୁ ଯାଉଛି। ବର୍ତ୍ତମାନ ବଳକା ପିଆଜ ଛତିଶଗଡ଼କୁ ରପ୍ତାନୀ ହେଉଛି। ଏଥର ମଧ୍ୟ ବଜେଟ୍ରେ କୃଷିପ୍ରତି ପ୍ରବଳ ପ୍ରୋତ୍ସାହନ ରଖାଯାଇଛି । ଏହି ପ୍ରୋତ୍ସାହନ ଯୋଗୁ ଚାଷୀ ଚାଷରେ ଅଧିକ ନିୟୋଜିତ ହେଉଥିବାରୁ ଉତ୍ପାଦନ ଭଲ ହେଉଛି ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।
ସବ୍ସିଡି ୪୦ ପ୍ରତିଶତରୁ ଅଧିକ ରହିଛି । ସ୍ଥଳ ବିଶେଷରେ ମହିଳା ଚାଷୀଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯିବାର ବ୍ୟବସ୍ଥା ରହିଛି। ଫୁଲ, ପିଆଜ, ଫଳ ଏହି ସବୁଥିରେ ରାଜ୍ୟ ଆତ୍ମନିର୍ଭରଶୀଳ ହେବ ବୋଲି ମନ୍ତ୍ରୀ କହିଛନ୍ତି ।