‘ବୃହତ୍‌ ବାଣିଜ୍ୟିକ ସ୍ଥଳରେ ପରିଣତ ହେବ ଓଡ଼ିଶା’

ଭୁବନେଶ୍ୱର,୮ା୪(ବ୍ୟୁରୋ): ରାଜ୍ୟର ସୁଦୀର୍ଘ ଉପକୂଳର ଫାଇଦା ସାଗରମାଳା ପ୍ରକଳ୍ପ ଜରିଆରେ ଓଡିଶାକୁ ଏକ ବୃହତ ବାଣିଜି୍ୟକ ପରିବହନ ସ୍ଥଳରେ ପରିଣତ କରିବ। ବନ୍ଦରଭିତ୍ତିକ ଶିଳ୍ପାୟନ ଓ ଯୋଗାଯୋଗ ସାଗରମାଳା ପ୍ରକଳ୍ପର ମୁଖ୍ୟ ଫୋକସ ହେବ। ଉପକୂଳ ଗୋଷ୍ଠୀ ବିକାଶକୁ ଗୁରୁତ୍ୱ ଦିଆଯିବ। ଆମର ଦରିଆପାର ବାଣିଜ୍ୟର ଏକ ଗୌରବମୟ ଐତିହ୍ୟ ରହିଛି। ଏହି ପ୍ରକଳ୍ପ ଜରିଆରେ ଦକ୍ଷିଣ ପୂର୍ବ ଏସିଆ ଦେଶଗୁଡିକର ମୁଖ୍ୟଦ୍ୱାର ହୋଇ ପାରିବା। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସାଗରମାଳା କମିଟିର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ପାରାଦୀପ ବନ୍ଦର ସହିତ ଉପକୂଳର ଅନ୍ୟାନ୍ୟ ବନ୍ଦରଗୁଡିକର ବିକାଶ କରୁଛନ୍ତି। ଆସନ୍ତା କେଇ ମାସ ମଧ୍ୟରେ ରାଜ୍ୟ ସାମୁଦ୍ରକ ବୋର୍ଡ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ସାମୁଦ୍ରିକ କ୍ଷେତ୍ରର ବିକାଶ ଏହି ବୋର୍ଡ ତ୍ୱରାନ୍ବିତ କରିବ। ସାଗରମାଳା ପ୍ରକଳ୍ପ ଅଧିନରେ ଥିବା ପ୍ରକଳ୍ପଗୁଡିକୁ ନିର୍ଦ୍ଧାରୀତ ସମୟରେ ଶେଷ କରିବାକୁ ବିଭାଗଗୁଡିକ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଯୋଗ ଦେଇ ବାଣିଜ୍ୟଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ବନ୍ଦରଭିତ୍ତିକ ଓ ଜଳପଥର ବିକାଶ କରିବା ସାଗରମାଳା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହାର ସଫଳତା ପାଇଁ କେନ୍ଦ୍ର ରାଜ୍ୟ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ବାଣିଜ୍ୟ ଓ ପରିବହନ ସଚିବ ମଧୁସୂଦନ ପାଢୀ ସାଗରମାଳା ପ୍ରକଳ୍ପ ବିଷୟରେ ବୈଠକରେ ଉପସ୍ଥାପନ କରିଥିଲେ। ରାଜ୍ୟରେ ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର କାର୍ଯ୍ୟକ୍ଷମ ରହିଛି। ସୁବର୍ଣ୍ଣରେଖା, ଅସ୍ତରଙ୍ଗ, କେନ୍ଦ୍ରାପଡ଼ା ଜିଲାରେ ହେବାକୁ ଥିବା ନଦୀ ଭିତ୍ତିକ ବନ୍ଦର ଏବଂ ଜଟାଧାର ମୁହାଣ ବନ୍ଦର ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ଏହାଛଡ଼ା ରାଜ୍ୟର ୮ଟି ସ୍ଥାନରେ ବନ୍ଦର ବିକାଶ କରିବାକୁ ଚିହ୍ନଟ କରାଯାଇଛି। ସମଗ୍ର ଦେଶର ଉପକୂଳରେ ସମୁଦ୍ରଭିତ୍ତିକ ବନ୍ଦରଗୁଡିକର ବିକାଶ କରିବା ସାଗରମାଳା ପ୍ରକଳ୍ପର ମୂଳ ଲକ୍ଷ୍ୟ। ଏଥିରେ ବନ୍ଦରର ଆଧୁନିକୀକରଣ, ବନ୍ଦର ସଂଯୋଗ, ବନ୍ଦରଭିତ୍ତିକ ଶିଳ୍ପାୟନ ଏବଂ ଉପକୂଳରେ ବସବାସ କରୁଥିବା ଲୋକମାନଙ୍କର ବିକାଶ କରିବା ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପରେ କେନ୍ଦ୍ର ସରକାର ୫୦ ପ୍ରତିଶତ ଅନୁଦାନ ଯୋଗାଇ ଦେଉଛନ୍ତି। ସାଗରମାଳା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ, ଚଲିକା ଉନ୍ନୟନ କର୍ତ୍ତ୍‌ୃପକ୍ଷ ଏବଂ ପୂର୍ତ୍ତ ଆଦି ବିଭିନ୍ନ ବିଭାଗର ୧୪ଟି ପ୍ରକଳ୍ପ ପ୍ରଦାନ କରାଯାଇଛି। ସେଥିରୁ ୨ ପ୍ରକଳ୍ପ ବାଣିଜ୍ୟ ଓ ପରିବହନ ବିଭାଗର। ଆରଓ-ପାକ୍ସ ଜେଟି ଏବଂ ଭଦ୍ରକ, କେନ୍ଦ୍ରାପଡ଼ା, ବାଲୁଗାଁ ଓ ପୁରୀରେ ଆନୁସଙ୍ଗିକ ଭିତ୍ତିଭୂମି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି। ଇଡକୋ ସିଏମ୍‌ଡି ସଞ୍ଜୟ ସିଂ କହିଛନ୍ତି, ଧାମରା, ଗୋପାଳପୁରରେ ୩ଟି ଲଜିଷ୍ଟିକ ପାର୍କ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି ପ୍ରସ୍ତାବକୁ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ଶେଷରେ ପରିବହନ ବିଭାଗ ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri