ମା’ ସଶକ୍ତ ହେଲେ ଓଡ଼ିଶା ବିକଶିତ ହେବ

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ମା’ ସଶକ୍ତ ହେଲେ ପରିବାର ସଶକ୍ତ ହୁଏ। ପରିବାର ସଶକ୍ତ ହେଲେ ରାଜ୍ୟ ବିକଶିତ ହୁଏ। ମୁଖ୍ୟମନ୍ତ୍ରୀ ସବୁବେଳେ କହିଥାନ୍ତି, ମା’ମାନେ ଆଗକୁ ବଢ଼ିଲେ ଓଡ଼ିଶା ଆଗକୁ ବଢ଼ିବ। ୨ ଦିନିଆ ବରଗଡ଼ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନ ସୋମବାର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଏହା କହିଛନ୍ତି। ପ୍ରଥମେ ସେ ଅତାବିରା ବ୍ଲକର ୫-ଟି ଅନ୍ତର୍ଭୁକ୍ତ ସରଣ୍ଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ପରେ ସେ ବିଭିନ୍ନ ମନ୍ଦିର, ମସ୍‌ଜିଦ, ଗୁରୁଦ୍ୱାର, କମ୍ୟୁନିଟି ସେଣ୍ଟର ଆଦିର ଦରଖାସ୍ତ ଗ୍ରହଣ କରି ଆସନ୍ତା ୭ଦିନ ମଧ୍ୟରେ ସେସବୁର ତଦନ୍ତ କରି ଉନ୍ନତୀକରଣ ପାଇଁ ଭଲ ଖବର ପାଇବେ ଏବଂ ଚାଷୀଭାଇଙ୍କ ଆପତ୍ତି, ଅଭିଯୋଗ ଥିଲେ ତାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବ ବୋଲି ପାଣ୍ଡିଆନ କହିଥିଲେ। ସେହିପରି ବରଗଡ଼ ମହିଳା କଲେଜରେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ବେଳେ କଲେଜଗୁଡିକୁ ୫-ଟି ଅନ୍ତର୍ଭୁକ୍ତ କରିବା ପାଇଁ ବିଚାର କରାଯାଉଥିବା ସେ ସୂଚନା ଦେଇଥିଲେ।
୫-ଟି ସଚିବ ପାଣ୍ଡିଆନ ଆନନ୍ଦ କଲ୍ୟାଣ ମଣ୍ଡପ ଏବଂ ରାମଚଣ୍ଡୀ କଲ୍ୟାଣ ମଣ୍ଡପରେ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ। ଏସ୍‌ଏଚ୍‌ଜି ସଦସ୍ୟାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିନା ସୁଧରେ ୫ଲକ୍ଷ ଟଙ୍କା ଯାଏ ଋଣ ଦେବା ସହିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଥିବା ସେ କହିଥିଲେ। ପାଣ୍ଡିଆନ ସମ୍ବଲପୁରୀ ବସ୍ତ୍ରାଳୟକୁ ଯାଇ ବୁଣାକାରଙ୍କ ସମସ୍ୟା ବୁଝିଥିଲେ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀମାନଙ୍କ ସମସ୍ୟା ବୁଝିବା ସହିତ ନିର୍ମାଣାଧୀନ କ୍ୟାନ୍‌ସର ହସ୍ପିଟାଲ ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ସେ ବରଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି କାଫେରେ ମଧ୍ୟାହ୍ନଭୋଜନ କରିଥିଲେ।
ଏହାପରେ ୫-ଟି ସଚିବ ପାଣ୍ଡିଆନ ବରପାଲି ଷ୍ଟାଡ଼ିୟମ ପଡ଼ିଆରେ ଜନସାଧାରଣ, ଏସ୍‌ଏଚ୍‌ଜି ମହିଳାଙ୍କୁ ସମ୍ବୋଧିତ କରି ରାଜ୍ୟ ସରକାର ମା’ମାନଙ୍କୁ ସଶକ୍ତ କରିବା ସହିତ ସ୍ବତନ୍ତ୍ର ପରିଚୟ ଦେଇଥିବା କହିଥିଲେ। ସେ ଗଙ୍ଗାଧର ମେହେରଙ୍କ କବି କୁଟୀର ପରିଦର୍ଶନ କରି ଉନ୍ନତୀକରଣ ପାଇଁ ଆଲୋଚନା କରିଥିଲେ। ବରଗଡ଼ ବ୍ଲକର ଶହୀଦ ମାଧୋ ସିଂ ଛକ (ବୀର ଛକ) ନିକଟ ରଣେଶ୍ୱର ରାମଚଣ୍ଡୀ ମନ୍ଦିର, ତୁରୁଙ୍ଗାର ବୈଷ୍ଣୋଦେବୀ ମନ୍ଦିରକୁ କିଭଳି ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରାଯାଇପାରିବ, ସେ ନେଇ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ।
ସନ୍ଧ୍ୟାରେ ବରଗଡ଼ ନିଶାମଣି ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୫-ଟି ସଚିବ କହିଥିଲେ, ମା’ମାନେ ଆଗକୁ ବଢ଼ିଲେ ଓଡ଼ିଶା ଆଗକୁ ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି। ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ ହେବା ସହ ବର୍ତ୍ତମାନ ଚାଉଳ ରପ୍ତାନି କରୁଛି। ଏଥିରେ ବରଗଡ଼ ଜିଲାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲାକୁ ବହୁତ ଭଲ ପାଆନ୍ତି ବୋଲି ସେ କହିଥିଲେ। ପରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ବେଳେ ଜିଲାପାଳ ମୋନିଷା ବାନାର୍ଜୀ, ଏସ୍‌ପି ପି.ଏସ୍‌ ମୀନାଙ୍କ ସମେତ ଜିଲାର ସମସ୍ତ ପଦସ୍ଥ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
ଓଡ଼ିଶାରେ ଗଣତନ୍ତ୍ରର ପରିଭାଷା ବଦଳୁଛି : ସୁରେଶ ପୂଜାରୀ
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ବରଗଡ଼ ଗସ୍ତକୁ ଭାଜପା ସମାଲୋଚନା କରିଛି। ସୋମବାର ବରଗଡ଼ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏମ୍‌ପି ସୁରେଶ ପୂଜାରୀ କହିଥିଲେ, ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ କ୍ଷମତା ହସ୍ତାନ୍ତର କରାଯାଇ ପାରିବନାହିଁ। ଯଦି ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ ଆସିଛନ୍ତି, ତାହା ଆଦୌ ଶୁଭଙ୍କର ନୁହେଁ। ସେହିପରି ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆସିଛନ୍ତି, ତାହା ମଧ୍ୟ ଆହୁରି ଅଶୁଭଙ୍କର। ଏମ୍‌ପି ପୂଜାରୀ ଆହୁରି କହିଥିଲେ, ଏମ୍‌ପି, ବିଧାୟକମାନେ ଲୋକଙ୍କ ଭୋଟ୍‌ରେ ନିର୍ବାଚିତ ହୋଇଛନ୍ତି। ସମ୍ବିଧାନ ଧରି ଶପଥ ଗ୍ରହଣ କରିଛନ୍ତି। କିନ୍ତୁ ଜଣେ ସଚିବଙ୍କ ଗସ୍ତରେ ଏମ୍‌ପି, ବିଧାୟକମାନେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏହା ଦୁର୍ଭାଗ୍ୟଜନକ ଏବଂ ଓଡ଼ିଶାରେ ଗଣତନ୍ତ୍ରର ପରିଭାଷା ବଦଳି ଯାଇଛି ବୋଲି ପୂଜାରୀ କହିଥିଲେ। ଖବରଦାତା ସମ୍ମିଳନୀରେ ଜିଲା ଭାଜପା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଏବଂ ଦଳର ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ୍‌ ଆଚାର୍ଯ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri