ଓଡ଼ିଶା ପାଇବ ଏମ୍‌ଏସ୍‌ଏମ୍‌ଇ-୨୦୨୨ ପୁରସ୍କାର

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଭାରତ ସରକାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ପାଦନ ଉଦ୍ୟୋଗ, ସେବା ଉଦ୍ୟୋଗ, ସ୍ବତନ୍ତ୍ର ଉଦ୍ୟୋଗ ଏବଂ ପ୍ରତିଷ୍ଠାନ ସହାୟତା କ୍ଷେତ୍ର ଭଳି ସର୍ବମୋଟ ୪୪ଟି କ୍ଷେତ୍ରକୁ ପୁରସ୍କାର ନିମନ୍ତେ ଚୟନ କରାଯାଇଛି। ଏଥିରେ ଓଡ଼ିଶା ଜାତୀୟ ଏମ୍‌ଏସ୍‌ଏମ୍‌ଇ ଆୱାର୍ଡ-୨୦୨୨ ପୁରସ୍କାର ପାଇ ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିବେଚିତ ହୋଇଛି। ଏହା ରାଜ୍ୟର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଦିଗରେ ନେଇଥିବା ପଦକ୍ଷେପ ପାଇଁ ପୁରସ୍କୃତ କରାଯିବ। ସେହିଭଳି ଆକାଂକ୍ଷୀ ଜିଲାଗୁଡ଼ିକ ମଧ୍ୟରେ କଳାହାଣ୍ଡିକୁ ୩ୟ ଜିଲା ଭାବେ ବିବେଚିତ ହୋଇଛି। ଏଥିସହିତ ସେବା ଉଦ୍ୟୋଗ ବର୍ଗରେ ଭୁବନେଶ୍ୱରର ମେସର୍ସ ସେଫେରିକ୍‌ ଇନ୍‌ସ୍ୟୁରାନ୍ସ ବ୍ରୋକରସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପ୍ରଥମ ପୁରସ୍କାର ଏବଂ କଟକର ମେସର୍ସ ଅମରନାଥ ପେଷ୍ଟ ମ୍ୟାନେଜ୍‌ମେଣ୍ଟ ଟେକ୍‌ନୋଲୋଜି ୩ୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାର ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଯଥା ନୂଆ ଉଦ୍ୟୋଗକୁ ସୁଯୋଗ ପ୍ରଦାନ କରିବା, ଅଭିଯୋଗ ଶୁଣାଣି, ବଜେଟ ବୃଦ୍ଧି, ଋଣ ପ୍ରଦାନ ଅଭିବୃଦ୍ଧି, କ୍ଳଷ୍ଟର ଆପ୍ରୋଚ୍‌ କାର୍ଯ୍ୟକାରିତା, ଉଦ୍ୟମ ପଞ୍ଜୀକରଣ, ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଏବଂ ସଚେତନତା ସୃଷ୍ଟି ଭଳି କ୍ଷେତ୍ର ଅନ୍ତର୍ଭୁକ୍ତ ।

Share