Categories: ଖେଳ

ଜାତୀୟ ଜୁନିୟର ସଫ୍ଟ ଟେନିସରେ ଓଡ଼ିଶା ଭାଗନେବ

ଭୁବନେଶ୍ୱର, ୮।୧୨ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଚଳିତ ମାସ ୯ରୁ ୧୩ ପର୍ଯ୍ୟନ୍ତ ୧୭ତମ ଜାତୀୟ ଜୁନିୟର ସଫ୍ଟ ଟେନିସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାପାଇଁ ମନୋନୀତ ଓଡ଼ିଶା ଦଳ ବୁଧବାର ଲକ୍ଷ୍ନୌ ଯାତ୍ରା କରିଛି। ବାଳକ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ବାଦଲ ଜେନା (ଅଧିନାୟକ), ରାହୁଲ ନାଥ, ଶିବା ବିରୁଆ, ଅଂଶୁମାନ ବାବୁ, ଗ୍ୟାଲେକ୍ସ ସାଲାମ, ମ୍ୟାକ୍ସ ଆଥୋକପମ, ସପମ ଭେଙ୍କେଟେଶ୍ୱର, ଟି. ଖଗରାଜ ସିଂ।

ସେହିପରି ବାଳିକା ଦଳରେ ଜେ ଆସନା, ସାତକାଶି ମିଶ୍ର, ରାଜଶ୍ରୀ ମଲିକ, ସୁଚିତ୍ରା ଜେନା ସାମିଲ ହୋଇଛନ୍ତି। ତିଳୋତ୍ତମା ବିଶ୍ୱାଳ ମ୍ୟାନେଜର ଓ ମହମ୍ମଦ ଅମନ କୋଚ୍‌ଭାବେ ଦଳସହ ଯାଇଛନ୍ତି। ଦଳକୁ ବିଦାୟୀ ଶୁଭେଚ୍ଛା ଜଣାଇବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ଗ୍ରୁପ୍‌ ଚେୟାରମ୍ୟାନ ଏସ୍‌. ମୀନକେତନ, ଓଡ଼ିଶା ସଫ୍ଟ ଟେନିସ ଆସୋସିଏଶନ ଚେୟାରମ୍ୟାନ ରଞ୍ଜନ କୁମାର ନନ୍ଦ, ସଭାପତି ବିକାଶ ଚନ୍ଦ୍ର ପଟ୍ଟନାୟକ, ସାଧାରଣ ସମ୍ପାଦକ ଏମ.ଡି. ଆଜାମ ପ୍ରମୁଖ ଉପସ୍ଥିତ ଥିଲେ।

 

Share