Categories: ଖେଳ

ଜାତୀୟ ସିନିୟର ଉସୁରେ ଅଂଶଗ୍ରହଣ କରିବ ଓଡ଼ିଶା

ଭୁବନେଶ୍ୱର,୨୬।୧୦(ସ୍ପୋଟର୍‌ସ ବ୍ୟୁରୋ): ଜମ୍ମୁ-କଶ୍ମୀରର ଶ୍ରୀନଗରସ୍ଥିତ ଏସ୍‌.କେ. ଇନ୍‌ଡୋର ଷ୍ଟାଡିୟମରେ ହେବାକୁ ଥିବା ଜାତୀୟ ସିନିୟର ଉସୁ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବ ଓଡ଼ିଶା। ମଙ୍ଗଳବାର ୨୯ ଜଣିଆ ଓଡ଼ିଶା ଦଳ ଜମ୍ମୁ-କଶ୍ମୀର ଯାତ୍ରା କରିଛି। ୨୮ ଅକ୍ଟୋବରରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଖେଳାଯିବ। ଓଡ଼ିଶା ଦଳରେ ୨୨ ଜଣ ଖେଳାଳି ଓ ୭ ଜଣ ଅଫିସିଆଲ ରହିଛନ୍ତି। ଅନ୍ତର୍ଜାତୀୟ ବିଚାରପତି ଇଂ. ସୁଧାଂଶୁ ଶେଖର ହରିଚନ୍ଦନଙ୍କ ନେତୃତ୍ୱରେ ଓଡ଼ିଶା ଦଳ ଯାଇଥିବା ବେଳେ ଅନ୍ୟତମ ବିଚାରପତି ଭାବେ ପ୍ରଦ୍ୟୁମ୍ନ ବେହେରା ଓ ଅନୁରାଧା ବେହେରା ରହିଛନ୍ତି। ପଙ୍କଜ ମହାନ୍ତ ଓ ସୁଜନ ରଥ କୋଚ୍‌ ରହିଥିବା ବେଳେ ଟିମ୍‌ ମ୍ୟାନେଜର ରହିଛନ୍ତି ନଟବର ସେଠୀ ଓ ଈଶ୍ୱର ମହାନ୍ତ। ନଭେମ୍ବର ୭ ତାରିଖରେ ଦଳ ଜମ୍ମୁ କଶ୍ମୀରରୁ ପ୍ରତ୍ୟାବର୍ତ୍ତନ କରିବ। ଓଡ଼ିଶା ଉସୁ ଆସୋସିଏଶନ୍‌ ସଭାପତି ଇଂ. ସୁଧାଂଶୁ ଶେଖର ହରିଚନ୍ଦନ, ଉପସଭାପତି ଶିବାନନ୍ଦ ରାୟ ଓ ବିକାଶ ପଟ୍ଟନାୟକ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

Share