Advertisement

ନବୀନଙ୍କ ବଡ଼ ଘୋଷଣା: ଆଉ ୧୦ ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର,୧୭।୮: ହକିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଆହୁରୀ ୧୦ ବର୍ଷ ଯାଏ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିବ। ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧନା ଦେବା ସହ ନବୀନ ଏହି ବଡ଼ ଘୋଷଣା କରିଛନ୍ତି। ତଦନୁଯାୟୀ ୨୦୩୩ ଯାଏ ଭାରତୀୟ ହକି ଟିମ୍‌ର ଓଡ଼ିଶା ପ୍ରାୟୋଜକ ରହିବ। କାରଣ ପୂର୍ବରୁ ୨୦୨୩ ଯାଏ ରାଜ୍ୟ ସରକାର ହକି ଇଣ୍ଡିଆ ସହ ଏହି ଚୁକ୍ତି କରିଥିଲେ। ଏହି ଘୋଷଣା କରିବା ପରେ ଭାରତୀୟ ପୁରୁଷ ଏବଂ ମହିଳା ଟିମ୍‌ର ଅଧିନାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରକାଶ ଯେ, ଜାତୀୟ କ୍ରୀଡାର ପ୍ରାୟୋଜକ ହୋଇ ଓଡ଼ିଶା ବେଶ ପ୍ରଶଂସା ସାଉଁଟିଛି। ବିଶେଷଭାବେ ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଦଳ ପଦକ ଜିତିବା ପରେ ସମଗ୍ର ଦେଶ ରାଜ୍ୟ ଏବଂ ନବୀନଙ୍କୁ ପ୍ରଶଂସା କରିଥିଲା। ଭାରତୀୟ ମହିଳା ହକି ଟିମ୍‌ର ଅଧିନାୟିକା ମଧ୍ୟ ଅନ୍ୟ ରାଜ୍ୟମାନେ ଓଡ଼ିଶାକୁ ଅନୁକରଣ କରିବା ସହ ଗୋଟିଏ ଗୋଟିଏ ଖେଳକୁ ଆପଣାନ୍ତୁ ବୋଲି କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share