Categories: ଖେଳ

ଓଡ଼ିଶା ମହିଳା ଓ ପୁରୁଷ ଦଳ ପୁରସ୍କୃତ

ଭୁବନେଶ୍ୱର, ୧୭।୨(କ୍ରୀଡ଼ା ପ୍ରତିନିଧି):ତାମିଲନାଡୁର ପୋଲାଚୀଠାରେ ଚଳିତ ମାସ ୧୦ରୁ ୧୬ ପର୍ଯ୍ୟନ୍ତ ଜାତୀୟ ଦଳଗତ ଚେସ୍‌ (ପୁରୁଷ ଓ ମହିଳା) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଂଶଗ୍ରହଣ କରିଥିବା ଓଡ଼ିଶା ମହିଳା ଓ ପୁରୁଷ ଦଳ ୭ମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। କ୍ୟାଣ୍ଡିଡେଟ ମାଷ୍ଟର (ସିଏମ୍‌) ଅପରାଜିତା ଗୋଚ୍ଛିକାର, ସ୍ମାରକୀ ମହାନ୍ତି, ଅନନ୍ୟା କବି,
ଆଦ୍ୟାଶା ପଟ୍ଟନାୟକ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ପୁରୁଷ ଦଳରେ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ସିଦ୍ଧାନ୍ତ ମହାପାତ୍ର, ଆଇଏମ୍‌ ଉତ୍କଳ ରଞ୍ଜନ ସାହୁ, ରାଜେଶ ନାୟକ, ନିଲସୁ ପଟ୍ଟନାୟକ ଓ ତପନ ବଡମୁଣ୍ଡି ସାମିଲ ଥିଲେ। ଅପରାଜିତା ଗୋଚ୍ଛିକାର ଓ ସିଦ୍ଧାନ୍ତ ମହାପାତ୍ର ଯଥାକ୍ରମେ ଓଡ଼ିଶା ମହିଳା ଓ ପୁରୁଷ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ଦଳର ଏପରି ସଫଳତା ପାଇଁ ଅଲ୍‌ଓଡ଼ିଶା ଚେସ୍‌ ଆସୋସିଏସନ୍‌ (ଏଓସିଏ) ସଭାପତି ଜି. ସି. ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, ଏଆଇସିଏଫ୍‌ ଯୁଗ୍ମ ସଚିବ ରଞ୍ଜନ ମହାନ୍ତି ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share