Categories: ଖେଳ

ଓଡ଼ିଶା ଓମେନ୍ସ ଲିଗ୍‌ ଜର୍ସି ଉନ୍ମୋଚିତ

ଭୁବନେଶ୍ୱର,୨୭।୧୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ଓମେନ୍ସ ଫୁଟ୍‌ବଲ ଲିଗ୍‌-୨୦୨୨ ପାଇଁ ଶନିବାର ଜର୍ସି ଉନ୍ମୋଚିତ ହୋଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଫାଓ (ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା) ସମ୍ପାଦକ ଆଶୀର୍ବାଦ ବେହେରା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ୬ଟି ଦଳର ଜର୍ସି ଉନ୍ମୋଚନ କରିଥିଲେ। ଏହି ଅବସରରେ ଫାଓ କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ, ଉପ ସଭାପତି ଦିଲୀପ କୁମାର ସାହୁ, ଯୁଗ୍ମ ସମ୍ପାଦକ ଅଭିଜିତ୍‌ ପାଲ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଓଏସ୍‌ଡି ଶୁଭେନ୍ଦୁ ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ସମସ୍ତ ଅଂଶଗ୍ରହଣକାରୀ ଦଳର କୋଚ୍‌, ଅଧିନାୟକ ଏବଂ ମ୍ୟାନେଜର ସାମିଲ ଥିଲେ। ଓଡ଼ିଶା ଓମେନ୍ସ ଲିଗ୍‌ ଶୁକ୍ରବାରଠାରୁ ଆରମ୍ଭ ହେବ। ଏହା ଡବଲ ଲେଗ୍‌ ଫର୍ମାଟରେ ଖେଳାଯିବ। ଏଥିରେ ଭାଗ ନେଉଥିବା ୬ଟି ଦଳ ହେଲେ ସ୍ପୋଟର୍‌ସ ଓଡ଼ିଶା, ଓଡ଼ିଶା ପୋଲିସ, ଓଡ଼ିଶା ଏଫ୍‌ସି, ଇଷ୍ଟକୋଷ୍ଟ ରେଲଓ୍ବେ, ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ଏବଂ ଓଜିପି କ୍ଲବ। ଓଡ଼ିଶା ଓମେନ୍ସ ଲିଗ୍‌ର ଚାମ୍ପିୟନ ଦଳ ପରେ ଏଆଇଏଫ୍‌ଏଫ୍‌ (ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ) ଦ୍ୱାରା ଆୟୋଜିତ ହେବାକୁ ଥିବା ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ।

Share