Categories: ଖେଳ

ଓଡ଼ିଶାକୁ ୩ ସ୍ବର୍ଣ୍ଣ, ୧ ବ୍ରୋଞ୍ଜ

ଭୁବନେଶ୍ୱର, ୧୪।୬
(ତପନ ସ୍ବାଇଁ)
ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ଅନୁଷ୍ଠିତ ଜାତୀୟ ଜୁନିୟର ଓ ସବ୍‌ଜୁନିୟର ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ୩ ସ୍ବର୍ଣ୍ଣ ଓ ୧ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସବ୍‌ଜୁନିୟର ପୁରୁଷ ୬୬ କେଜି ବିଭାଗରେ ଦୁଃଖୀରାମ ମାରାଣ୍ଡି, ଜୁନିୟର ପୁରୁଷ ବିଭାଗ ୬୬ କେଜିରେ ଅଭିଷେକ ମହନ୍ତ, ଜୁନିୟର ମହିଳା ୪୩ କେଜି ବର୍ଗରେ ସୌମ୍ୟପ୍ରଭା ଟୁଡୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସବ୍‌ଜୁନିୟର ପୁରୁଷ ୯୩ କେଜି ବେଞ୍ଚ୍‌ପ୍ରେସ୍‌ରେ ଆୟୁଷ କୁମାର ବ୍ରୋଞ୍ଜ ପଦକ ପାଇଛନ୍ତି। କୋଚ୍‌ ସମରେନ୍ଦ୍ର ରାଉତରାୟ ଓ ମ୍ୟାନେଜର ଦେବାଶିଷ ମହାନ୍ତି ଓଡ଼ିଶା ଦଳ ସହ ରାଞ୍ଚତ୍ ଯାତ୍ରା କରିଥିଲେ। ଏହି ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳର ସମସ୍ତ ଖର୍ଚ୍ଚ ବହନ କରିଥିବାରୁ ରାଜ୍ୟ ସରକାରଙ୍କୁ ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି।

Share