Categories: ଖେଳ

କାନୋଇଂ, କାୟାକିଂରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ

ଭୁବନେଶ୍ୱର,୩ା୨(ସ୍ପୋଟର୍‌ସବ୍ୟୁରୋ): ମଧ୍ୟପ୍ରଦେଶରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ୨୦୨୨ରେ ପ୍ରଥମ କରି କାୟାକିଂ ଓ କାନୋଇଂକୁ ସାମିଲ କରାଯାଇଛି। କାନୋଇଂରେ ଓଡ଼ିଶା ପୁରୁଷ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ କାୟାକିଂରେ ମହିଳା ଦଳ ଏବଂ ବ୍ୟକ୍ତିଗତ ବର୍ଗରେ ପୁଖରାମ ରୋଜି ଦେବୀ ସ୍ବର୍ଣ୍ଣ ପଦକ ପଦକ ହାସଲ କରଛନ୍ତି। କାନୋଇଂ କେ-୪ ୫୦୦ ମିଟର ପୁରୁଷ ଇଭେଣ୍ଟରେ ଓଡ଼ିଶା ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି। ଥଙ୍ଗାସବମ ଡାଏମଣ୍ଡ ମେଇତେଇ, ଟୋମଥିଲନଗମ୍ବା ନଗାଶେପମ, ଇରୋମ ବୋରିସ୍‌ ସିଂ ଓ ସତ୍ୟମ ବଲିୟାଁଙ୍କ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। କେ-୧ ଏମ ୧୦୦୦ ମିଟର ଇଭେଣ୍ଟରେ ଟୋମଥିଲନଗମ୍ବା ନଗାଶେପମ ବ୍ରୋଞ୍ଜ ପଦକ ହାସଲ କରିଥିଲେ। କେ-୨ ଏମ ୧୦୦୦ ମିଟର ଇଭେଣ୍ଟରେ ଟୋମଥିଲନଗମ୍ବା ନଗାଶେପମ ଓ ଇରୋମ ବୋରିସ୍‌ ସିଂ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ସି-୨ ଏମ ୧୦୦୦ ମିଟର ଇଭେଣ୍ଟରେ ଅବିନାଶ ସିଙ୍ଗମ ଓ ଫାଇରେମ୍ବମ ବୋରିଶ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିପରି ମହିଳା କାୟାକିଂରେ କେ-୧ ଡବ୍ଲ୍ୟୁ ୫୦୦ ମିଟର ଇଭେଣ୍ଟରେ ପୁଖରାମ ରୋଜି ଦେବୀ ସ୍ବର୍ଣ୍ଣ ପଦକ ଜିତିଥିଲେ। କେ-୪ ଡବ୍ଲ୍ୟୁ ୫୦୦ ମିଟର ଦଳଗତ ଇଭେଣ୍ଟରେ ଶ୍ରୁତି ଚୌଗୁଲେ, ଲିଚୋନବାମ ସୋନିଆ ଦେବୀ, ଥୋଙ୍ଗମ ଲକ୍ଷ୍ମୀ ଓ ପୁଖରାମ ରୋଜି ଦେବୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କେ-୨ ଡବ୍ଲ୍ୟୁ ୫୦୦ ମିଟର ଇଭେଣ୍ଟରେ ଶ୍ରୁତି ଚୌଗୁଲେ ଓ ଥୋଙ୍ଗମ ଲକ୍ଷ୍ମୀ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ସେହିପରି ସି-୨ ଡବ୍ଲ୍ୟୁ ୫୦୦ ମିଟର ଇଭେଣ୍ଟରେ ମଧୁସ୍ମିତା ନାୟକ ଓ ଲେଇଚୋନବାମ ନେହା ଦେବୀ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ଓଡ଼ିଶା ଦଳ ଲାଇଶରାମ ଜନସନ୍‌ ସିଂଙ୍କ ନେତୃତ୍ୱରେ ପ୍ରଶିକ୍ଷଣ ନେଉଛି।

Share