ଭୁବନେଶ୍ୱର,୨୪।୩: ଇଣ୍ଡିଆନ୍ ଓମେନ୍ସ ଲିଗ୍(ଆଇଡବ୍ଲ୍ୟୁଏଲ୍)ର ଅନ୍ତିମ ଲିଗ୍ ମ୍ୟାଚ୍ରେ କର୍ନାଟକ କିକ୍ଷ୍ଟାର୍ଟ ଏଫ୍ସିକୁ ହରାଇ ଚାମ୍ପିୟନ ହୋଇଛି ଓଡ଼ିଶା ଏଫ୍ ସି। ଏହି ମ୍ୟାଚ୍ ଜିତିବା ସହିତ ଆଇଡବ୍ଲ୍ୟୁଏଲ୍ ଇତିହାସରେ ପ୍ରଥମ ଟାଇଟଲ ହାସଲ କରିଛି।
ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଓଡ଼ିଶା ଏଫ୍ ସି ଘରୋଇ ପରିବେଶର ଫାଇଦା ନେଇ କିକ୍ଷ୍ଟାର୍ଟକୁ ୬-୦ ଗୋଲରେ ପରାସ୍ତ କରିଥିଲା।