ବରଗଡ ଧନୁଯାତ୍ରା ମହୋତ୍ସବ ଉଦଘାଟିତ: ଉଗ୍ରସେନ ଗାଦିଚ୍ୟୁତ, ଚାଲିଲା କଂସ ରାଜୁତି

ବରଗଡ଼, ୩।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ମିନିଟରେ ଉଦଘାଟିତ ହେଇଛି। ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଏବଂ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ ମହୋତ୍ସବକୁ ଉଦଘାଟନ କରିଥିଲେ।

ମହୋତ୍ସବ ଉଦଘାଟନ ପରେ ମହାରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସ ମଥୁରା ଶାସନ ନିଜ ହାତକୁ ନେଇଛନ୍ତି ଏବଂ ମଥୁରା ନଗରୀରେ ଆରମ୍ଭ ହୋଇଛି କଂସଙ୍କ ରାଜୁତି। ଉଦଘାଟନୀ ସମାରୋହରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ କୁମାର ଗଡତିଆ ରାଜ ଅତିଥିଭାବେ ଯୋଗ ଦେଇଥିଲେ।

ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲାପାଳ ଆଦିତ୍ୟ ଗୋୟଲ, କାର୍ଯ୍ୟକାରୀ ସଭାପତି ତଥା ଏସପି ପି. ଏସ ମୀନା, ସମ୍ପାଦକ ସୁରେଶ୍ବର ଶତପଥୀ, ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ରାଜ ଦରବାର କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସନ କାର୍ଡ e-KYC ଅବଧି ବଢାଇଲେ ସରକାର, ଜାଣନ୍ତୁ ଆଉ କେତେ ଦିନ ବାକି ରହିଲା

ଭୁବନେଶ୍ୱର, ୫।୧: ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସୁବିଧା ପାଉଥିବା ହିତାଧିକାରୀଙ୍କ ପାଇଁ e-KYC ଅବଧି ବଢାଇଲେ ସରକାର। ପାଖ EPS କିମ୍ବା ରାସନ ଯୋଗାଣ କେନ୍ଦ୍ରରେ...

ଜିଲା ସ୍ତରୀୟ ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜର ଅଷ୍ଟମ ସାମାଜିକ ମହୋତ୍ସବ

କେସିଙ୍ଗା, ୫।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ସ୍ଥିତ ଗୋବର୍ଦ୍ଧନ ପୀଠ ପରିସରରେ ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜ ପକ୍ଷରୁ...

ଦାରିଙ୍ଗବାଡ଼ି ବୁଲିଲେ ଇଟାଲୀ ପର୍ଯ୍ୟଟକ

ଦାରିଙ୍ଗବାଡି,୫ା୧ (ଅରୁଣ ସାହୁ): କନ୍ଧମାଳ ଜିଲାକୁ ବିଦେଶୀ ପର୍ଯ୍ୟଟକମାନେ ବୁଲିବା ଆଗ୍ରହ ରହୁଥିବା ବେଳେ ଦାରିଙ୍ଗବାଡ଼ି, ବାଲିଗୁଡ଼ା, ତୁମୁଡ଼ିବନ୍ଧ, କୋଟଗଡ଼ ଆଦି ଅଞ୍ଚଳରେ ବୁଲି ଅନୁସୂଚିତ...

ଦେବଗଡ ବନଖଣ୍ଡରେ କଲରାପତ୍ରିଆ ବାଘ ଛାଲ ଜବତ, ୭ ଅଭିଯୁକ୍ତ ଗିରଫ

ଦେବଗଡ,୫|୧୨(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବନାଞ୍ଚଳ ଗୋଳାବନ୍ଧ ନିକଟରେ ଥିବା ରାଜସ୍ଥାନୀ ଢାବାରେ ବାଘ ଛାଲ ବିକ୍ରି ପାଇଁ ଲକ୍ଷାଧିକ ଟଙ୍କାର ଡିଲ ଚାଲିଥିବା ସମୟରେ...

ସକାଳ ୮ଟାରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ ଛାତ୍ରୀଛାତ୍ରଙ୍କ ପାଠପଢା

ମଥୁରାନଗରୀ,୫।୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଏଥର ଦର୍ଶକଙ୍କ ଭିଡ ବଢିବାରେ ଲାଗିଛି। ମହୋତ୍ସବ ସରିବା ପାଇଁ ଆଗକୁ ଆହୁରି ୮ଦିନ...

‘ଭାଇଚାରା ସହ ସମାଜରେ ସମସ୍ତେ ମିଳିମିଶି ରହିବାକୁ ଆହ୍ବାନ’

ପୁରୁଷୋତ୍ତମପୁର,୫ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିର ପରିସରରେ ଗଞ୍ଜାମ ଜିଲା ବିଶ୍ବକର୍ମା ସମାଜର ବାର୍ଷିକ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଯାଇଛି।  ପୂର୍ବଖଣ୍ଡମୁଠା...

ଆରମ୍ଭ ହେଲା ଆଦିବାସୀ ମେଳା: ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୫ା୧: ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍‌ଘାଟନ କରିଛନ୍ତି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ...

ବଚସାରୁ ଆକ୍ରମଣ: ଚାଲିଗଲା ଯୁବକଙ୍କ ଜୀବନ

କୁନ୍ଦୁରା,୫।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ଏବଂ ବୈପାରୀଗୁଡ଼ା ସୀମାନ୍ତ ଗୁଣ୍ଡାଳ ବ୍ରିଜ ନିକଟରେ ବଚସାରୁ ଆକ୍ରମଣ କରିବା ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri